ଭୁବନେଶ୍ଵର, ୧୭/୦୧ : ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ବଢୁଛି ଅଡ଼ୁଆ। ଛତିଶଗଡ଼ରେ ଅଶ୍ଳୀଳ ନୃତ୍ୟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ମେନପୁରରSDM ତୁଳସୀ ଦାଶ ମରକାମ ନିଲମ୍ବିତ। ନିୟମ ଉଲଙ୍ଘନ କରି ଅନୁମତି ଦେଇଥିବା ଯୋଗୁଁ SDMଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କମିଶନର ମହାଦେବ କାମ୍ବରେ।

ସୂଚନାନୁଯାୟୀ, ଗରିଆବନ୍ଧ ଜିଲ୍ଲା ଉରମାଲ ଗାଁରେ ଅପେରା ନାଁରେ ଅଶ୍ଳୀଳ ନୃତ୍ୟ ହୋଇଥିଲା। ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସହ ଅନ୍ୟ କିଛି ଆଇଟମ୍ ଗାର୍ଲ ଏଠାରେ ଅଶ୍ଳୀଳ ନୃତ୍ୟ କରିଥିଲେ। ଏହି ଘଟଣାରେ ଛତିଶଗଡ଼ ସରକାର କଠୋର ହୋଇଛନ୍ତି। ଏହି ଘଟଣାରେ ପୂର୍ବରୁ ୩ ଜଣ ପୁଲିସ କର୍ମଚାରୀ ନିଲମ୍ଵିତ ହୋଇଥିବା ବେଳେ ଆୟୋଜକ କଟିମିର ୧୪ ଜଣ ଗିରଫ ହୋଇଛନ୍ତି। ଏହା ସହ ସୁଚିତ୍ରା ଜେନା ନାମକ ଜଣେ ଡ୍ୟାନ୍ସରଙ୍କୁ ମଧ୍ୟ ଛତିଶଗଡ଼ ଦେବଭୋଗ ପୁଲିସ ଗିରଫ କରିଛି।

​​​​​​​

ଏହି ଖବରଟିକୁ ପଢନ୍ତୁ- ଗୋମାଫିଆଙ୍କ ଘରେ ପୁଲିସର ଚଢାଉ, ଘରୁ ମିଳିଲା ପୁଳା ପୁଳା ଟଙ୍କା

ସେପଟେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଅଭିଯୋଗରେ ନିଶା ମହାରଣାଙ୍କ ନାମରେ ବଲାଙ୍ଗୀର ସଦର ଥାନାରେ ଏତଲା ରୁଜୁ ହୋଇଛି। ଏହି ମାମଲାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିଠାରେ ଆୟୋଜିତ ଏକ ଅପେରା ମଞ୍ଚରେ ନିଶା ମହାରଣା ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ନୃତ୍ୟ ପ୍ରଦର୍ଶନ ଆଳରେ ସେ ଅଶ୍ଳୀଳତା ପ୍ରଦର୍ଶନ କରିବାରୁ ଦର୍ଶକମାନେ ଚେୟାର ଆଦି ଫୋପାଡ଼ାଫୋପଡ଼ି କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ଏହାକୁ ନେଇ ବଲାଙ୍ଗୀର ସଦର ଥାନା ନିଜଆଡ଼ୁ ଏତଲା ରୁଜୁ କରିଥିଲା । ଇତିମଧ୍ୟରେ ଦୁଇ ଆୟୋଜକଙ୍କୁ ପୁଲିସ୍ ଗିରଫ କରିସାରିଥିଲାବେଳେ ନିଶା ମହରଣାକୁ ଗିରଫ ପାଇଁ ତନାଘନା ଚଳାଇଛି । ଏପରିସ୍ଥଳେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ନିଶା ମହାରଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।