ନୂଆଦିଲ୍ଲୀ,୨୨/୦୬: ଆମେରିକା-ଇରାନ ଶାନ୍ତିଚୁକ୍ତି ଭିତରେ ଏକ ବଡ଼ ଖବର ଆସିଛି । କତାରରେ ଭୟଙ୍କର ବିସ୍ଫୋରଣ ହୋଇଛି । କତର ରାସ ଲାଫାନରେ ଏକ ବଡ଼ ନ୍ୟାଚୁରାଲ ଗ୍ୟାସ୍ ଏକ୍ସପୋର୍ଟ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ବସ୍ଫୋରଣ ଘଟିଛି । ଏଥିରେ ୫୪ ଜଣ ଆହତ ହୋଇଥିବା ବେଳେ ୧୮ ଜଣ ନିଖୋଜ ଅଛନ୍ତି । ଧମାକାରେ ଟର୍ମିନାଲରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ସେବେ ଘଟିଛି ଯେବେ, ଇରାନ ହମଲା ପରେ ଏଠାରେ କର୍ମଚାରୀଙ୍କ ପକ୍ଷରୁ ଟର୍ମିନାଲକୁ ପୁଣି ଥରେ ଆରମ୍ଭ କରିବାକୁ ଚେଷ୍ଟା ଚାଲିଥିଲା ।
କତାର ଗୃହ ମନ୍ତ୍ରଣାଳୟ ଦୁର୍ଘଟଣା ବାବଦରେ ସୂଚନା ଦେଇଛି । କତର ସରକାରୀ କମ୍ପାନୀ କତରଏନର୍ଜି ଅନୁସାରେ ଟର୍ମିନାଲରେ କାମ ସମୟରେ ରବିବାର ରାତିରେ ବରଜାନ ଗ୍ୟାସ୍ ସପ୍ଲାଏ ପ୍ଲାଣ୍ଟରେ ଏକ ଧମାକା ହୋଇଥିଲା । ଟର୍ମିନାଲରେ ହୋଇଥିବା ବିସ୍ଫୋରଣର କ୍ଷୟକ୍ଷତି ରିପୋଟ୍ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । କତର ଗୃହ ମନ୍ତ୍ରଣାଳୟ ଆହତଙ୍କ ତାଲିକା ଜାରି କରିଛନ୍ତି । ୫୪ ଜଣ ଆହତ ହୋଇଛନ୍ତି ୧୮ ଜଣ ନିଖୋଜ ହୋଇଛନ୍ତି । କତାର ବିଶ୍ୱର ଟପ୍ ନ୍ୟାଚୁରାଲ୍ ଗ୍ୟାସ୍ ଉତ୍ପାଦକ ମଧ୍ୟରୁ ଗୋଟିଏ । ଏହାରି ଭିତରେ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ହୋଇଥିବା ବିସ୍ଫୋରଣର ପ୍ରଭାବ ବୈଶ୍ୱିକ ଶକ୍ତି ସଙ୍କଟ ଆଣିପାରେ । ଇରାନ୍ ପକ୍ଷରୁ ହୋର୍ମୁଜ ଷ୍ଟ୍ରିଟ୍କୁ ପୁଣି ବନ୍ଦ କରାଯାଇଛି । ଫଳରେ କତାର ସପ୍ଲାଏର ଗ୍ୟାସ୍ ପଠାଇ ପାରିନାହିଁ । ଫଳରେ କତାର ଉତ୍ପାଦ ବନ୍ଦ କରିଛି ।
ଏହା ବି ପଢନ୍ତୁ...IND VS PAK: 'ଯଦି ଆମକୁ ଲାଗିଲା, ତେବେ ଭାରତ ବିରୋଧରେ ଯୁଦ୍ଧ କରିବୁ'; ବିଲାୱାଲଙ୍କ ପରେ ବିଳିବିଳେଇଲେ ଖ୍ୱାଜା
ଇରାନ୍ ଆକ୍ରମଣ ପରେ ଅଟକିଥିଲା ଗ୍ୟାସ୍ ପ୍ରଡକ୍ସନ- ଅଧିକାରୀଙ୍କ ସୂଚନା ଅନୁସାରେ, ମାର୍ଚ୍ଚରେ ଏକ ଇରାନୀ ମିସାଇଲରେ ରାସ ଲଫାନରେ ମାଡ ହୋଇଥିଲା । ଯେଉଁଥିରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିଲା । ପ୍ଲାଣ୍ଚର ବ୍ୟାପକ କ୍ଷତି ହୋଇଥିଲା । ଇରାନର ଲଗାତାର ଆକ୍ରମଣରେ କତାର ସେଠାରେ ଗ୍ୟାସ୍ ଉତ୍ପାଦନ ରୋକି ଦେଇଥିଲା । ଏବେ ଇରାନ୍- ଆମେରିକା ମଧ୍ୟରେ ଆଲୋଚନା ଚାଲିଛି ଏବଂ ହୋର୍ମୁଜ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ପଶ୍ଚିମ ଏସିଆ ସଙ୍କଟ ସୁଧୁରିବା ନେଇ ଆଶା ଦେଖାଯାଉଛି । ଏହାରି ଭିତରେ କତାର ପୁଣି ତାର ଏକ୍ସପୋର୍ଟ ଟର୍ମିନାଲକୁ ଆରମ୍ଭ କରିବା ନେଇ କାମ କରୁଥିଲା । ଏହାରି ଭିତରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।
ଏହା ବି ପଢନ୍ତୁ...Middle East Crisis : ଟ୍ରମ୍ପଙ୍କ ବିରୋଧରେ ହିଜବୁଲ୍ଲା ପ୍ରମୁଖଙ୍କ ସାଙ୍ଘାତିକ ଅଭିଯୋଗ, 'ଯୁଦ୍ଧ ହାରି ସାରିଛନ୍ତି ଆମେରିକା-ଇସ୍ରାଏଲ୍'
ବରଜାନ ପ୍ଲାଣ୍ଟ କାହିଁକି ଗୁରୁତ୍ୱପୂର୍ଣ୍ଣ ? କତାର ପାଇଁ ବରଜାନ ପ୍ଲାଣ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ରତିଦିନ କ୍ଷମତା ପ୍ରାୟ ୧.୪ ଅରବ ଡଲାର ଷ୍ଟେଡର୍ଡ କ୍ୟୁବିକ୍ ପିଟ୍ ଗ୍ୟାସ୍ ବିକ୍ରୟ କରିବାର କ୍ଷମତା ଥିଲା। କତାର ମୁଖ୍ୟତଃ ଦେଶ ଭିତରେ ବିଦ୍ୟୁତ ଉତ୍ପାଦନ କରିବା ଏବଂ ମରୁଭୂମିରେ ଗୁରୁତ୍ୱପୂର୍ଣ୍ଣ ଜଳ ବିଶୋଧନ ପ୍ଲାଣ୍ଟ ଚଲାଇବା ପାଇଁ ଏହି ଗ୍ୟାସ ବ୍ୟବହାର କରୁଥିଲା । ଏହି ପ୍ଲାଣ୍ଟର ପ୍ରାୟ ଅଂଶ କତାରର । ଗୋଟିଏ ଛୋଟ ଅଂଶ ଆମେରିକା ତେଲ କମ୍ପାନୀ ପାଖରେ ରହିଛି ।