ଭୁବନେଶ୍ବର,୨୨/୦୬: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁ ବିଭାଗ ପ୍ରାକୃତିକ ବିପର୍ଯ୍ୟୟ ସହ ସମ୍ପୃକ୍ତ, ସେମାନଙ୍କ ସମେତ ସାଂସଦ ଓ ବିଧାୟକ ଯୋଗ ଦେଇ ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବେ । ତା'ପରେ ଜିଲ୍ଲାର ଖସଡ଼ା ପ୍ରସ୍ତୁତ ହେବ ବୋଲି କହିଛନ୍ତି ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ।
https://www.youtube.com/watch?v=70Yx09mlBKo
ସୁରେଶ କହିଛନ୍ତି ଯେ, ଜିଲ୍ଲାର ପାଣିପାଗ ସ୍ଥିତି ଯେପରି ମରୁଡି, ବନ୍ୟା ବାବଦରେ ଆଲୋଚନା ହେବ । ପ୍ରତି ୫ରୁ ୭ ବର୍ଷରେ ତାପମାତ୍ରା ବୃଦ୍ଧି ଯୋଗୁଁ ଏଲନିନୋ ଆସେ । ସାରା ଦେଶ ସହ ଓଡ଼ିଶାରେ ବୃଷ୍ଟିପାତ କମ ହେବ ବୋଲି ଆକଳନ ହୋଇଛି । ତେବେ ସ୍ୱାଭାବିକ ଭାବେ ୧୪୫୦ ମିଲିମିଟର ବର୍ଷା ରାଜ୍ୟ ପାଇଁ ଆବଶ୍ୟକ ରହିଥାଏ । ତେବେ ତାଠାରୁ କିଛି କମ ବର୍ଷା ହେବା ନେଇ ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ :- କଲ୍ୟାଣସିଂହପୁର ଭିଡ଼ ହିଂସା ଆକ୍ରମଣ ମାମଲାରେ ଆଉ ୩ ଜଣଙ୍କୁ ବାନ୍ଧିଲା ପୁଲିସ, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ
ଏଥିପାଇଁ ସରକାର ପ୍ଲାନ ପ୍ରସ୍ତୁତ କରିଛନ୍ତି, ଜଳ ସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ପାଇଁ ଆଲୋଚନା ସରିଛି। ଯଦି ୫ % କମ ବର୍ଷା ହେଲେ ବି, କଣ୍ଟିଜେନ୍ସି ପ୍ଲାନ କାମ କରିବ। ବନ୍ୟା, ବାତ୍ୟା ପାଇଁ ଖସଡ଼ା ପ୍ରସ୍ତୁତି ହୋଇଛି । ମରୁଡି ମୁକାବିଲା ପାଇଁ ବି ଆଗୁଆ ପଦକ୍ଷେପ ନିଆଯାଉଛି । ପାଣିପାଗର ଗତିକୁ ଦେଖି ପରାମର୍ଶକୁ ଗୁରୁତ୍ୱ ଦିଆଯାଉଛି।