ନୂଆଦିଲ୍ଲୀ, ୨୨/୦୬ : ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଇରାନ-ଆମେରିକା ମଧ୍ୟରେ ଚାଲିଛି ଆଲୋଚନା। ଏହି ମଧ୍ୟରେ ହିଜବୁଲ୍ଲା ପ୍ରମୁଖ ଶେଖ ନଈମ କାସିମ ଆମେରିକା ଏବଂ ଇସ୍ରାଏଲ୍ କୁ କଡ଼ା ଟାର୍ଗେଟ୍ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଲେବାନନରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଆମେରିକାର ସମର୍ଥନ ବିନା ସମ୍ଭବ ହୋଇନଥାନ୍ତା। ଯଦି ୱାଶିଂଟନ ଇସ୍ରାଏଲ୍ ଉପରେ ଚାପ ପକାଇବେ ତେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ତାଙ୍କ କଥାକୁ ଅସ୍ଵୀକାର କରିପାରିବେନି।

ଶେଖ ନଈମ କାସିମ ମଧ୍ୟ ଅଶୁରା ପରିଷଦକୁ ସମ୍ବୋଧନ କରି କହିଛନ୍ତି ଯେ, ଇରାନ ବିପୁଳ କ୍ଷତି ଏବଂ ବଳିଦାନ ସହିବା ସତ୍ତ୍ଵେ ନିଜକୁ ଅଧିକ ମଜବୁତ ସାବ୍ୟସ୍ତ କରିଛି। ଇରାନ କେବେବି ତାର ଅଧିକାର ଏବଂ ସାର୍ବଭୌମତା ସହ ସାଲିସ୍ କରିବ ନାହିଁ। ଆମେରିକା ଏବଂ ଇସ୍ରାଏଲ୍ ପ୍ରତିରୋଧୀ ଶକ୍ତିକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରିଥିଲେ। ହେଲେ ସେ ଏଥିରେ ସଫଳ ହୋଇପାରି ନଥିଲେ।

ଯୁଦ୍ଧବିରାମ ପ୍ରସ୍ତାବକୁ ନେଇ ହିଜବୁଲ୍ଲା ପ୍ରମୁଖ କହିଛନ୍ତି ଯେ, ଯେଉଁ ଆଲୋଚନାରେ ଇସ୍ରାଏଲକୁ ସାମରିକ କାର୍ଯ୍ୟନୁଷ୍ଠାନ ପାଇଁ ଛାଡ଼ ଦିଆଯାଉଛି, ସେଭଳି ବୁଝାମଣା ବାସ୍ତବରେ ଯୁଦ୍ଧବିରାମ ନୁହେଁ। ଏହା ଆକ୍ରମଣତ୍ମକତାକୁ ଜାରି ରଖିବାର ଏକ ମାଧ୍ୟମ। ଅତୀତରେ ହିଜବୁଲ୍ଲା ଯୁଦ୍ଧବିରାମର ଅନୁପାଳନ କରିଥିଲା। ସେତେବେଳେ ଇସ୍ରାଏଲ୍ ଡିଲ୍ ଉଲ୍ଲଙ୍ଘନ କରିଥିଲା। ସାମରିକ କାର୍ଯ୍ୟାନୁଷ୍ଠାନ ପୁରାପୁରି ବନ୍ଦ କରିବାକୁ ବିନା ଗ୍ୟାରେଣ୍ଟିରେ ସଙ୍ଗଠନ କୌଣସି ବି ପ୍ରସ୍ତାବକୁ ସ୍ଵୀକାର କରିବ ନାହିଁ। କାସିମ କହିଛନ୍ତି ଯେ, ତେହେରାନ ଲେବାନନର ପ୍ରତିରକ୍ଷାକୁ ପ୍ରାଥମିକତା ଦେଇଛି। ହୋର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ଏକ ପ୍ରଭାବଶାଳୀ ରଣନୈତିକ ଅସ୍ତ୍ର ପ୍ରମାଣିତ ହୋଇପାରେ।

ଆହୁରି ପଢନ୍ତୁ- ବ୍ରିଟେନରେ ପୁଣି ସରକାରୀ ସଂକଟ, ବଢ଼ିଲା ଚାପ; ଆଜି ଇସ୍ତଫା ଘୋଷଣା କରିପାରନ୍ତି କିର୍ ଷ୍ଟାର୍ମର

ଶେଫାଳିଙ୍କ ସଫଳତା ପଛର ସତ କାହାଣୀ, ଗୋଟିଏ ନିଷ୍ପତ୍ତି ପାଇଁ ବଦଳିଗଲା ଭାଗ୍ୟ, କାହିଁକି ଚୁଟି କାଟିଦେଇଥିଲେ ବାପା ?