କୋଲକାତା,୭।୧୦: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବଡ଼ ଧରଣର ଅଘଟଣ। କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟି ୭ ଶ୍ରମିକ ମୃତ। ସେଭଳି ଅନେକ ଆହତ ହୋଇଥିବା କୁହାଯାଉଛି। । ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହା ଜଣାପଡି ନାହିଁ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବା ଆଶଙ୍କା ରହିଛି।
ଖଣି ଭିତରେ କେତେ ଜଣ ଶ୍ରମିକ କାମ କରୁଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଗାଡ଼ିଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସୋମବାର ସକାଳୁ ଖାଦାନରୁ କୋଇଲା ବାହାର କରିବା ପାଇଁ ବିସ୍ଫୋରଣ କରାଯାଇଥିଲା। କିନ୍ତୁ ଭିତରେ ଶ୍ରମିକ କାମ କରୁଥିଲେ, ସେ ନେଇ କାହାର ଧ୍ୟାନ ଯାଇନଥିଲା। ଏହି ଅବହେଳା କାରଣରୁ ୭ ଶ୍ରମିକଙ୍କ ଜୀବନ ଚାଲିଯାଇଛି।