ନୂଆଦିଲ୍ଲୀ : ଇରାନରୁ ଏହି ସମୟରେ ଏକ ଏମିତି ଖବର ଆସିଛି , ଯାହାକି ପୂରା ଦୁନିଆର ଚିନ୍ତା ବଢାଇ ଦେଇଛି। ଇରାନରେ ପରଦା ପଛରେ ଚାଲୁଥିବା କ୍ଷମତା ଯୁଦ୍ଧ ଏବେ ଖୋଲାଖୋଲି ସାମ୍ନାକୁ ଆସି ଯାଇଛି। ନ୍ୟୁୟର୍କ ପୋଷ୍ଟ ଓ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଫର୍ ଦ ଷ୍ଟଡି ଅଫ୍ ୱାରର ରିପୋର୍ଟରେ ଦାବି କରାଯାଇଛି ଯେ, ଇରାନର କୂଟନୀତି ଓ ଏହାର ସେନା ମେସିନାରୀ ଉପରେ ଏବେ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କପର୍ସର ସଂପୂର୍ଣ୍ଣ କବଜା ରହିଛି।

ରିପୋର୍ଟ ମୁତାବିକ , ଆଇଆରଜିସି କମାଣ୍ଡର ମେଜର ଜେନେରାଲ ଅହମ୍ମଦ ୱାହିଦୀ ଏବେ ଶକ୍ତିଶାଳୀ ବ୍ୟକ୍ତି ହୋଇ ଉଭା ହୋଇଛନ୍ତି। ସେ କେବଳ ଦେଶର ସାମରିକ ୟୁନିଟ୍‌କୁ ନିଜ ହାତକୁ ନେଇ ନାହାନ୍ତି , ଏହାସହ ଆମେରିକା ସହ ହେବାକୁ ଥିବା ଶାନ୍ତି ବାର୍ତ୍ତାର ଡୋର ମଧ୍ୟ ଏବେ ତାଙ୍କର ଓ ତାଙ୍କ ନିକଟତରଙ୍କ ହାତରେ ଅଛି। ଏହି ପୂରା ଘଟଣାରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନିଙ୍କ ମୌନ ସହମତି କୁହାଯାଉଛି।

ଏହି ପାୱର ଶିଫ୍ଟର ସବୁଠୁ ବଡ଼ ବିପଜ୍ଜନକ ପ୍ରଭାବ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଦେଖିବାକୁ ମିଳିଛି। ଏଠାରେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ୍ ଅରାଘଚୀ ଏହି ସାମୁଦ୍ରିକ ରାସ୍ତାକୁ ଖୋଲିବା ଉପରେ ସହମତି ଥିବାର ନଜର ଆସିଥିଲେ , ଅନ୍ୟପଟେ ଆଇଆରଜିସି ଏହି ନିଷ୍ପତ୍ତିକୁ ଓଲଟାଇ ଦେଇଛି। ୱାହିଦୀଙ୍କ ଆଦେଶ ଉପରେ ଇରାନର ‘ଫାଷ୍ଟ ଆଟାକ୍ ସିପ୍ସ ’ ଏହି ସାମରିକ ରାସ୍ତାକୁ ସଂପୂର୍ଣ୍ଣ ରୂପେ ବ୍ଲକ୍ କରିଦେଇଛି। ଗତ ୪୮ ଘଣ୍ଟା ମଧ୍ୟରେ ତିନୋଟି ଜାହାଜକୁ ଟାର୍ଗେଟ୍ କରାଯାଇଛି।

ଏଥିରେ ଶହ ଶହ ଜାହାଜ ପାରସ୍ୟର ଉପସାଗରରେ ଫସି ରହିଛନ୍ତି। ଆଶ୍ଚର୍ଯ୍ୟକର କଥା ଏହା ଯେ,ଇରାନର ଡେଲିଗେସନରେ ସାମିଲ କଟ୍ଟରପନ୍ଥୀ ନେତା ମହମ୍ମଦ ବାଗେର ଜୋଲଗାନ୍ଦ୍ର ବୈଦେଶିକ ମନ୍ତ୍ରୀ ଅରାଘଚୀଙ୍କର ହିଁ ଅଭିଯୋଗ କରିଛନ୍ତି। ଅଭିଯୋଗ ଲଗେଇଛନ୍ତି ଯେ, ଅରାଗଚୀ କୂଟନୀତିରେ ନରମ ଭାବେ ପୋଷଣ କରୁଛନ୍ତି। ଫଳ ଏହା ହେଲା ଯେ, ପୂରା ଆଲୋଚନା ଟିମ୍‌କୁ ପୁଣି ତେହେରାନ ଫେରେଇ ଅଣାଗଲା। ଏବେ ଇରାନରେ ନରମପନ୍ଥୀଙ୍କ ସ୍ୱର ଚୁପ୍ କରି ଦେଇଛି।

ୱାଶିଂଟନର ଥିଙ୍କ୍ ଟ୍ୟାଙ୍କ୍ ଇନଷ୍ଟିଚ୍ୟୁଟ୍ ଫର୍ ଦ ଷ୍ଟଡି ଅଫ୍ ୱାର ଅନୁସାରେ , ଏହି ପରିବର୍ତ୍ତନ ପରେ ଏବେ ଆମେରିକା ସହ କୌଣସି ବି ସଫଳ କଥାବାର୍ତ୍ତାର ପାଖାପାଖି ଶେଷ ହୋଇ ଯାଇଛି। ମଙ୍ଗଳବାରର ଡେଡଲାଇନ ମୁଣ୍ଡ ଉପରେ ଅଛି ଏବଂ ଅସ୍ତ୍ରବିରତିର ଡୋର ଖୁବ୍ ଦୁର୍ବଳ। ଏହି ସ୍ଥିତିରେ ଏହି ଆଶଙ୍କା ପୁଣି ଥରେ ବଢି ଯାଇଛି ଯେ, ଆମେରିକା ଓ ଇରାନ ମଧ୍ୟରେ ମହାଯୁଦ୍ଧର ଦ୍ୱିତୀୟ ଭାଗ ପୁଣି ଥରେ ଆରମ୍ଭ ହୋଇପାରେ।

​​​​​​​

ସାମୁଦ୍ରିକ ଟ୍ରାକିଂ ଡାଟା ମୁତାବିକ , ହର୍ମୁଜ ମଧ୍ୟ ଦେଇ ଯାତାୟାତ ପୂରା ଠପ୍ ହୋଇ ଯାଇଛି। କେବଳ ଇରାନୀ ଜାହାଜ ହିଁ ଏହି ମାର୍ଗର ବ୍ୟବହାର କରୁଥିଲେ, ହେଲେ ସେ ବି ଆମେରିକୀୟ ଅବରୋଧ ରେଖାର ନିକଟତର ହୋଇ ନଥିଲେ। ଆଇଆରଜିସି ସହ ଜଡ଼ିତ ମିଡ଼ିଆ ଏହା ମଧ୍ୟ ସଙ୍କେତ ଦେଇଛି ଯେ, ଇରାନ ଆମେରିକା ସହ ଆଗାମୀ କଥାବାର୍ତ୍ତାର ରାଉଣ୍ଡକୁ ଏଡେଇ ଦେଇଛି। କାରଣ ଆମେରିକୀୟ ଦାବି ବହୁତ ଅଧିକ। ଆଇଆରଜିସି କୂଟନୈତିକରେ ହସ୍ତକ୍ଷେପ କରିଛି।

ରିପୋର୍ଟ ମୁତାବିକ, ଇସଲାମାବାଦରେ ହୋଇଥିବା ଆମେରିକା-ଇରାନ ଆଲୋଚନାରେ ମଧ୍ୟ ଆଇଆରଜିସିର ଦଖଲ ଦେଖିବାକୁ ମିଳିଛି। ମେଜର ଜେନେରାଲ ୱାହିଦୀ କଥାବାର୍ତ୍ତା ପାଇଁ ଯାଉଥିବା ଟିମରେ ଜୋଲଗାନ୍ଦ୍ରଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରତିନିଧିମଣ୍ଡଳର ନେତାମାନେ ସଂସଦ ସ୍ପିକର ମହମ୍ମଦ ବାଗେର ଗାଲିବଫ ଓ ଅରାଘଚୀ ଏହାର ବିରୋଧ କରିଥିଲେ। ଏହାର କାରଣ ଏହା ଥିଲା ଯେ, ଜୋଲଘାନ୍ଦ୍ରଙ୍କ ନିକଟରେ କୂଟନୀତିକ ଅଭିଜ୍ଞତା ନଥିଲା।

କୁହାଯାଉଛି ଯେ, ତାଙ୍କୁ କଥାବାର୍ତ୍ତା ଉପରେ ଧ୍ୟାନ ରଖିବା ଓ ତେହେରାନକୁ ରିପୋର୍ଟ ଦେବା ଉଦ୍ଦେଶ୍ୟରେ ପଠାଯିବାର ଥିଲା। ଜୋଲଘାନ୍ଦ୍ର ପରେ ଆଇଆରଜିସିର ବରିଷ୍ଠ ନେତାଙ୍କୁ ଅଭିଯୋଗ କରିଥିଲେ ଯେ, କଥାବାର୍ତ୍ତା ବେଳେ ଅରାଘଚୀ ନିଜର ସୀମା ଲଙ୍ଘି ଥିଲେ ଏବଂ ଆକ୍ସିସ ଅଫ୍ ରେଜିଷ୍ଟେନ୍ସ ଉପରେ ନରମ ମନୋଭାବ ପୋଷଣ କରିଥିଲେ। ଏହାପରେ ତେହେରାନର ବରିଷ୍ଠ ନେତୃତ୍ୱ କଥାବାର୍ତ୍ତା ପାଇଁ ଯାଇଥିଲା ଟିମ୍‌କୁ ଫେରେଇ ଆଣିଥିଲେ।

ଆହୁରି ମଧ୍ୟ ପଢନ୍ତୁ : Iran-US Peace Talk : ଇରାନୀର ଜିଦି ମଧ୍ୟରେ ମୁନିରଙ୍କୁ ଫୋନ୍ କଲେ ଟ୍ରମ୍ପ , ହର୍ମୁଜ ନେଇ କଲେ ଆଲୋଚନା