ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଘମାରୀ ଅଟ୍ରିରେ ଜମୁଛି ମକର ମେଳା, ମାନସିକ କୁଣ୍ଡରେ ଗୁଆ ଖୋଜିଲେ ମାନସିକଧାରୀ

Published By : Rasmita Pradhan | January 14, 2025 9:34 AM

ଖୋର୍ଦ୍ଧା, ୧୪/୦୧ : ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଟ୍ରିରେ ମକର ମେଳା ମହା ଆଡ଼ମ୍ଵରରେ ଅନୁଷ୍ଠିତ ହୋଇଛି। ପାହାନ୍ତାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜିର ଦିନରେ ବାବା ହଟକେଶ୍ଵରଙ୍କୁ ପୂଜାର୍ଚ୍ଚନା କରି ମାନସିକ କୁଣ୍ଡରୁ ଗୁଆ ଖୋଜି ଖାଇଲେ ଅପୁତ୍ରିକ ନାରୀ ପୁତ୍ରବତୀ ହୁଅନ୍ତି। ସନ୍ତାନ ପ୍ରାପ୍ତି ହେବାର ବିଶ୍ଵାସ ରହିଛି। ତେଣୁ ସକାଳୁ ସକାଳୁ ମାନସିକଧାରୀମାନେ ମାନସିକ କୁଣ୍ଡରେ ଗୁଆ ଖୋଜିଛନ୍ତି। 

ମକର ସଂକ୍ରାନ୍ତି ଅବସରରେ ଲୋକମାନେ ଅଟ୍ରି ଉଷ୍ମପ୍ରସ୍ରବଣର ଗନ୍ଧକଯୁକ୍ତ ପାଣିରେ ବୁଡ଼ ପକାଉଛନ୍ତି। ମୀନ ବଜାର ପଡ଼ିଛି। ଲୋକମାନେ ବୁଡ଼ ପକାଇବା ସହ ମୀନାବଜାରରୁ କିଣାକିଣି କରୁଛନ୍ତି। 

ଅଧିକ ପଢନ୍ତୁ-ନୂତନ ବର୍ଷ ଆରମ୍ଭର ପ୍ରତୀକ ଏହି ପର୍ବ , ଜାଣନ୍ତୁ ପୂଜାବିଧି ଆଉ ରୀତିନୀତି

ଆଜି ପବିତ୍ର ମକର ସଂକ୍ରାନ୍ତି। ଆଜିର ଦିନରେ ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଚାଉଳରୁ ଭୋଗ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ଯାହାକୁ ମକର ଚାଉଳ କୁହାଯାଏ । ସେଥିରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରାଯାଇଥାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯିବା ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଘରେ ଘରେ ଠାକୁରଙ୍କ ପାଖରେ ଲାଗି ହେବ ମକର ଚାଉଳ ଭୋଗ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.