ଜମ୍ମୁ-କାଶ୍ମୀର : ଜମ୍ମୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମେକଅପ୍ ଆର୍ଟିଷ୍ଟ ମହିଳା ଇନଷ୍ଟାଗ୍ରାମରେ ଲାଇଭ ଭିଡିଓ ଜାରି କରି ଗୁରୁତର ଅଭିଯୋଗ କରିଛନ୍ତି ଏବଂ ଏହା ପରେ ବିଷାକ୍ତ ଜିନିଷ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ସଂପୃକ୍ତ ମହିଳାଙ୍କର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଡାକ୍ତରଙ୍କ ଅନୁସାରେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ବିପଦ ମୁକ୍ତ ଅଛି। ଉକ୍ତ ଘଟଣା ପରେ ସୋସିଆଲ ମିଡିଆରେ ଭିଡ଼ିଓ ଖୁବ୍ ଜୋରରେ ଭାଇରାଲ ହେଉଛି ଏବଂ ମାମଲାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ , ରୋଶିନଶା ନାମଙ୍କ ମହିଳା ପେଶାରେ ଜଣେ ମେକଅପ୍ ଆର୍ଟିଷ୍ଟ। ସେ ନିଜର ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ପ୍ରଶାନ୍ତ ନାମକ ବ୍ୟକ୍ତିଙ୍କ ସହ ସଂପର୍କ ଥିଲା। ରୋହିନଶାଙ୍କ ଅଭିଯୋଗ ଯେ, ବିବାହ ପୂର୍ବରୁ ସେ ପ୍ରଶାନ୍ତଙ୍କୁ ଦୁବାଇରେ ପ୍ରାୟ ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ହେଲେ , ପରେ ପ୍ରଶାନ୍ତ ବାହାଘର ପାଇଁ ଆଉ ଗୁରୁତ୍ୱ ଦେଇ ନଥିଲେ। 

ଡିଏସପି ରୋହିତଙ୍କ ଉପରେ ସଂପୃକ୍ତିର ଅଭିଯୋଗ –

ରୋହିନଶା ଅଭିଯୋଗ କରିଛନ୍ତି ଯେ, ପ୍ରଶାନ୍ତ ତାଙ୍କର ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ,ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ରୋହିନଶାଙ୍କ ମୁତାବିକ , ଯେବେ ସେ ଏହି ମାମଲା ନେଇ ପୁଲିସରେ ଅଭିଯୋଗ କଲେ, ସେତେବେଳେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ସୋସିଆଲ ମିଡିଆରେ ଲାଇଭ୍ ଆସି ଭିଡିଓରେ ରୋହିନଶା କ୍ରାଇମ ବ୍ରାଞ୍ଚର ଡିଏସପି ରୋହିତଙ୍କ ଉପରେ ମଧ୍ୟ ତାଙ୍କୁ ସମର୍ଥନ କରିବାର ଅଭିଯୋଗ କରିଥିଲେ। ରୋହିନଶା ଭିଡିଓରେ ଡିଏସପି ରୋହିତ , ପ୍ରଶାନ୍ତ , ତାଙ୍କର ଭଉଣୀ ଓ ଭିଣୋଇ ପରୀକ୍ଷିତଙ୍କୁ ନିଜ ମୃତ୍ୟୁ ନେଇ ଦାୟୀ କରାଇ ଥିଲେ।

ଆହୁରି ମଧ୍ୟ ପଢନ୍ତୁ : EPFO Withdrawal : ଏହି ୫ଟି କାମ କରିଥିଲେ UPIରେ ମିଳିବ PFଟଙ୍କା

ଲାଇଭ୍ ଭିଡିଓ ପରେ ରୋହିନଶା କଥିତ ଭାବେ କିଛି ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଙ୍କ ଅନୁସାରେ, ରୋହିନଶାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ବିପଦ ମୁକ୍ତ ଥିବା କୁହାଯାଇଛି। ବର୍ତ୍ତମାନ ମାମଲାକୁ ନେଇ ପୁଲିସ ପକ୍ଷରୁ ଅଫିସିଆଲି ବିବୃତ୍ତି ସାମ୍ନାକୁ ଆସି ନାହିଁ। ସେପଟେ , ଭିଡିଓରେ ଲଗାଯାଇ ଥିବା ଅଭିଯୋଗର ଯାଞ୍ଚ କରାଯାଉଛି।

ଦେଖନ୍ତୁ ଏହି ଭିଡିଓ - କାହିଁକି ଛାଡ଼ିଲେ BJD କହିଲେ ଦେବାଶିଷ ,ଶୁଣନ୍ତୁ ତାଙ୍କ ମୁହଁରୁ..