ନୂଆଦିଲ୍ଲୀ, ୧୩/୦୩ : ଅଫେୟାରକୁ ନେଇ ପୁଣି ଚର୍ଚ୍ଚାରେ ମଲାଇକା ଅରୋରା। ଏଥର ତାଙ୍କ ଠାରୁ ୧୭ ବର୍ଷ ସାନ ବ୍ୟବସାୟୀଙ୍କୁ ବୟଫ୍ରେଣ୍ଡ୍ କରିଛନ୍ତି ବଲିଉଡ୍ ସୁନ୍ଦରୀ। ୫୨ ବର୍ଷରେ ବି କମିନି ଗ୍ଲାମରସ୍ ଅନ୍ଦାଜ। ଅର୍ଜୁନ୍ କପୁରଙ୍କ ସହ ବ୍ରେକଅପ୍ ପରେ ଏବେ ଡାଇମଣ୍ଡ୍ ମର୍ଚ୍ୟାଣ୍ଟ ହର୍ଷ ମେହଟାଙ୍କୁ ଡେଟ୍ କରୁଛନ୍ତି ମଲାଇକା।
ମଲାଇକା ଏବଂ ହର୍ଷ ପ୍ରଥମ ଥର ଏକା ସାଙ୍ଗରେ ମୁମ୍ଵାଇର ଏକ କନସର୍ଟରେ ନଜର ଆସିଥିଲେ। ସେବେଠୁ ତାଙ୍କର ଡେଟିଂ ଖବର ଚର୍ଚ୍ଚାରେ ରହିଛି। ଏହାପରେ ତାଙ୍କର ଇଟାଲୀ ଭ୍ୟାକେସନ ବେଳର ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା। ଯେଉଁଥିରେ ମଲାଇକା ଏବଂ ହର୍ଷ ଏକା ସାଙ୍ଗରେ ସେଲଫି ନେଇଥିଲେ। ଏବେ ପୁଣି ଥରେ ଦୁହିଁଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ମଲାଇକା ଏବଂ ହର୍ଷ ଗୁରୁବାର ସନ୍ଧ୍ୟାରେ ଗୌରବ କପୁର ଏବଂ କୃତିକା କାମରାଙ୍କ ରିସେପ୍ସନ ପାର୍ଟିରେ ନଜର ଆସିଥିଲେ। ଡିପ୍ ନେକ୍ ସାଙ୍ଗକୁ ସିଲଭର୍ ରଙ୍ଗର ଏକ ଡ୍ରେସ୍ ରେ ଅଭିନେତ୍ରୀ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ତେବେ ହର୍ଷ ମେହେଟା ଗାଡିରୁ ଓହ୍ଲାଇ ମିଡିଆକୁ ଇଗ୍ନୋର କରି ପଛ ଗେଟ୍ ରେ ପାର୍ଟିରେ ଯୋଗ ଦେଇଥିଲେ।
ମଲାଇକା କିମ୍ଵା ହର୍ଷ କେହି ବି ତାଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ କରିନାହାଁନ୍ତି। ହେଲେ ଦୁହିଁଙ୍କୁ ଏକା ସାଙ୍ଗରେ ଦେଖି ଲୋକମାନେ ଟ୍ରୋଲ୍ କରୁଛନ୍ତି। ୨୦୧୭ରେ ଅରବାଜଙ୍କ ସହ ମଲାଇକାଙ୍କ ବ୍ରେକଅପ୍ ହୋଇଯାଇଥିଲା। ତାଙ୍କର ୨୩ ବର୍ଷର ଏକ ପୁଅ ଅଛି। ଅରବାଜଙ୍କ ପରେ ସେ ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିଲେ। ତାଙ୍କ ସହ ବ୍ରେକଅପ୍ ହେବା ପରେ ଏବେ ଅଭିନେତ୍ରୀ ହର୍ଷ ମେହେଟାଙ୍କ ସହ ଥିବା ଚର୍ଚ୍ଚା ହେଉଛି।
ଏହି ଖବରଟିକୁ ପଢନ୍ତୁ- ରିଲ୍ ପରେ ଏବେ ରିଅଲ୍ରେ ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା! କହିଲେ ଏମିତି...