ମୁମ୍ବାଇ,୨୯/୩ : ଅଭିନେତ୍ରୀ ମଲାଇକା ଅରୋରା ନିକଟରେ ପ୍ରାଚୀନ ଆଦିନାଥ ଜୈନ ମନ୍ଦିରରେ ଦର୍ଶନ କରିବାକୁ ପହଞ୍ଚିଥିଲେ । ରାଜସ୍ଥାନର ପାଲୀ ଜିଲ୍ଲାର ନାରଲାଇ ଗାଁରେ ଅବସ୍ଥିତ ଏହି ମନ୍ଦିରରେ ରବିବାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳିଥିଲା । ଅପରାହ୍ନ ପ୍ରାୟ ୧୨ଟା ସମୟରେ ମଲାଇକା ମନ୍ଦିରରେ ପହଞ୍ଚିବା ଖବର ଯେଭଳି ଲୋକଙ୍କ ପାଖରେ ପହଞ୍ଚିଲା ସେତେବେଳେ ଫ୍ୟାନ୍ସ ବହୁ ଉତ୍ସାହିତ ହୋଇଉଠିଥିଲେ । ମନ୍ଦିର ପରିସରରେ ଅଚାନକ ଭିଡ଼ ବଢି ଯାଇଥିଲା ଏବଂ ପ୍ରତ୍ୟେକ ତାଙ୍କୁ ଦେଖିବା ଲାଗି ପହଞ୍ଚି ଯାଇଥିଲେ ।

ମନ୍ଦିରରେ ପହଞ୍ଚିବା ପରେ ମଲାଇକା ଅରୋରା ପୂରା ବିଧି- ବିଧାନ ସହ ପୂଜା କରିଥିଲେ ଏବଂ ଭଗବାନ ଆଦିନାଥଙ୍କ ଆର୍ଶିବାଦ ନେଇଥିଲେ । ଏହା ମଧ୍ୟରେ ତାଙ୍କ ଅନ୍ଦାଜ୍ ବହୁ ସାଧାରଣ ଏବଂ ଆଧ୍ୟାତ୍ମ୍ୟରେ ଭରି ରହିଥିବା ଦେଖିବାକୁ ମିଳିଥିଲା । ଯେଉଁଠାରେ ସେ ବହୁ ସାଧାରଣ ଭାବେ ଧଳା କୂର୍ତ୍ତି ପ୍ୟାଣ୍ଟରେ ଦେଖାଯାଇଥିଲେ । ଏହାସହ ନିଜ ଲୋକଙ୍କ ସହ ଯୋଡ଼ି ହୋଇଥିଲେ । ତାଙ୍କୁ ଦେଖିବା ଲାଗି ମନ୍ଦିରରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଥିଲା । କେତେକ ଲୋକ ତାଙ୍କ ସହ ଫଟୋ ନେବାକୁ ଏବଂ ତାଙ୍କୁ ପାଖରୁ ଦେଖିବା ଲାଗି ପ୍ରୟାସ କରିଥିବା ଦେଖାଯାଇଥିଲା । ଏହି ପୂରା ମାହୋଲକୁ ସୁବ୍ୟବସ୍ଥିତ ରଖିବା ଲାଗି ସ୍ଥାନୀୟ ଲୋକେ ଏବଂ ମନ୍ଦିର ପ୍ରଶାସନ ତରଫରୁ ବହୁ କସରତ୍ କରାଯାଇଥିଲା । ମଲାଇକାଙ୍କ ଧାର୍ମିକ ରୂପ ଦେଖି ତାଙ୍କ ଫ୍ୟାନ୍ସ ବି ତାଙ୍କ ଦ୍ବାରା ବହୁ ପ୍ରଭାବିତ ହୋଇଥିଲେ ।

ସୂଚନା ମୁତାବକ ମଲାଇକା ଅରୋରା ଏବେ ମାରଓ୍ବାଡ଼ କ୍ଷେତ୍ରର ଗସ୍ତରେ ଅଛନ୍ତି ଏବଂ ନାରଲାଇର ପ୍ରସିଦ୍ଧ ବିରାସତ ହେଟେଲରେ ରହିଥିଲେ । ଯେଉଁଠାରେ ସେ ନେଚର ଏବଂ ଶାନ୍ତିକୁ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରୁଥିବା ଦେଖାଯାଉଛନ୍ତି । ନାରଲାଇ ନିଜ ଧାର୍ମିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଗି ଜଣାଶୁଣା । ଏଠାରେ ଆଦିନାଥ ଜୈନ ମନ୍ଦିର ସହ ତପେଶ୍ବର ମହାଦେବ ଏବଂ କେତେକ ଧାର୍ମିକ ସ୍ଥଳ ମଧ୍ୟ ରହିଛି । ଯେଉଁଠାରେ ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ବି ଲାଗି ରହିଥାଏ ।