କେମିତି ଫିଟ୍ ରହିଛନ୍ତି ମଲାଇକା ?
ଫ୍ୟାନ୍ସଙ୍କୁ କହିଲେ ଫିଟନେସ୍ ମନ୍ତ୍ର
୫୨ ବର୍ଷରେ ଫିଟ୍ ପଛର ରହସ୍ୟ
ମୁମ୍ବାଇ; ୧/୧ : ୫୨ ବର୍ଷ ବୟସରେ ମଧ୍ୟ ସେ ପୁରା ଫିଟ୍ । ତାଙ୍କୁ ଦେଖିଲେ ଲାଗେ ବୟସ କେବଳ ଗୋଟିଏ ସଂଖା । ନିଜର ଫିଟନେସ ସାଙ୍ଗକୁ ସୌନ୍ଦର୍ଯତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ମଲାଇକା ଅରୋରା । ନିଜର ଷ୍ଟାଇଲିସ ଲୁକ୍ ସାଙ୍ଗକୁ ଏନରଜେଟିକ୍ ଜୀବନଶୈଳୀ ଦେଖିଲେ ଯୁବତୀମାନେ ମଧ୍ୟ ପଛରେ ପଡ଼ିଯିବେ । ତେବେ ବ୍ୟାୟାମ ଏବଂ ଡାଏଟ୍ ତାଙ୍କ ଫିଟନେସର ମୂଳ ମନ୍ତ୍ର ନୁହେଁ । ସେ ଅନେକ ଘରୋଇ ଉପଚାର ଏବଂ ପ୍ରାକୃତିକ ଖାଦ୍ୟ ଖାଇଥାନ୍ତି । ନିକଟରେ ନିଜ ଫିଟନେସକୁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜେ ପ୍ରସ୍ତୁତ କରୁଥିବା ଏକ ପନୀୟ ସମ୍ପର୍କରେ କହିଛନ୍ତି । ଯାହାକୁ ସେ ନିଜେ ଘରେ ପ୍ରସ୍ତୁତ କରିଥାନ୍ତି । ଯାହାକି ତାଙ୍କ ସୌନ୍ଦର୍ଯ୍ୟତା ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି ମଧ୍ୟ ସେ ଏହି ଭିଡିଓରେ ଜଣାଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ପାନୀୟକୁ ସେ କିଭଳିଭାବେ ପ୍ରସ୍ତୁତ କରନ୍ତି ।
କେମିତି ବନାନ୍ତି ଏହି ପାନୀୟ ?
ମଲାଇକା ଏହି ପାନୀୟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ରାତିରେ ତିନୋଟି ସାମଗ୍ରୀ ଯଥା ଜିରା, ପାନ ମଧୁରୀ ଏବଂ ଜୁଆଣୀକୁ ନିଅନ୍ତୁ । ଏହାକୁ ଗୁଣ୍ଡ କରିବା ପରେ ଗୋଟିଏ ଚାମଚ ଭିଜାନ୍ତି । ସକାଳୁ ଏହି ପାଣିକୁ ଏକ ଗ୍ଲାସରେ ଲେମ୍ବୁ ରସ ମିଶାଇ ପିଅନ୍ତି ।
କଣ ଫାଇଦା ଦେଇଥାଏ ଏହି ପାନୀୟ ?
ମଲାଇକା କହିଛନ୍ତି ଯେ ଏହି ପାନୀୟ ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ । ପିଇବା ପରେ ସକାଳେ ସତେଜନା ଏବଂ ଶକ୍ତିର ଅନୁଭବ ଦିଏ । ଏଥିରେ ମିଶିଥିବା ତିନୋଯି ଯାକ ଜିନିଷ ପୁଷ୍ଟିକର ପଦାର୍ଥରେ ଭରପୂର । କେବଳ ଏତିକି ନୁହେଁ ଏହା ପେଟ ପାଇଁ ଲାଭଦାୟକ ହୋଇଥାଏ । ପାନ ମଧୁରୀରେ ଭିଟାମିନ ଏ, ସି, କ୍ୟାଲସିୟମ ଏବଂ ଆଇରନ୍ ଥାଏ । ଯାହା ହଜମ, ଦୁର୍ଗନ୍ଧ ଏବଂ ପେଟ ଯନ୍ତ୍ରଣା ଆଦି ଦୂର କରିଥାଏ । ଏହାଦ୍ବାରା ଆପଣଙ୍କ ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରାଥାଏ । ଏହାସହ ଏହି ପାନୀୟ ପିଇବା ଦ୍ବାରା ଆପଣଙ୍କର ପେଟ ସମସ୍ୟା, ଏସିଡିଟି ଏବଂ କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାସହ ଏହି ପାନୀୟ ପିଇବା ଦ୍ବାରା ସଠିକ୍ ପାଚନ ବଜାୟ ରଖିବା ଏବଂ ଶରୀରରୁ ବିଷମୁକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ସବୁବେଳେ କୌଣସି ସ୍ବାସ୍ଥ୍ୟ ଜନିତ ଟିପ୍ସ ନେବାକୁ ଚାହୁଁଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।