ମୁମ୍ବାଇ,୦୭/୧୧: ଯୌନ ନିର୍ଯାତନା ମାମଲାରେ ମାଲାୟାଲମ୍ ଅଭିନେତା ନିଭିନ ପୋଲିଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ନୂଆ ମୋଡ । ତଦନ୍ତକାରୀ ଟିମ ନିଭିନ ପୋଲିଙ୍କୁ ଅଭିଯୁକ୍ତ ତାଲିକାରୁ ଦେଇଛନ୍ତି ବାଦ। ତେବେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଦେଇଥିବା ରିପୋର୍ଟ ଆଧାରରେ କୋଠାମଙ୍ଗଲାମ ଜିଲ୍ଲା କୋର୍ଟ ଦ୍ୱାରା ନିଭିଲ ପୋଲିଙ୍କୁ କ୍ଲିନଚିଟ ମିଳିଛି । ଉକ୍ତ ମହିଳା ଜଣକ ମିଥ୍ୟା ଅଭିଯୋଗ କରି ନିଭିନଙ୍କୁ ଫସାଇଥିବା ଜଣାପଡିବା ପରେ କୋର୍ଟ ତାଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, କୋଠାମଙ୍ଗଲାମ ଜଣେ ମହିଳା ନିଭିନ ପାଉଲିଙ୍କ ବିରୋଧରେ ଆସି ଦୁବାଇରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ତେବେ ମହିଳା ଜଣକ ନିଭିନ ପୋଲିଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ସେଠାରେ ଶାରୀରିକ ନିର୍ଯାତନା ଦେଇଥିଲେ ଏବଂ ତାଙ୍କୁ ହଇରାଣ କରିଥିଲେ । ଏନେଇ ମହିଳା ଜଣକ ମାମଲା ରୁଜୁ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋଠାମଙ୍ଗଲାମ ଜିଲ୍ଲା କୋର୍ଟ ନିଭିନ ପୋଲିଙ୍କୁ କ୍ଲିନଚିଟ ଦେଇଛନ୍ତି। ତେବେ କେବଳ ନିଭିନ ପୋଲିଙ୍କୁ ଏହି ମାମଲାରେ ଅଭିଯୁକ୍ତ ତାଲିକାରୁ ବାଦ ଦିଆଯାଇଛି ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଆଧାରରେ ଅନ୍ୟ ୬ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିବ । ତେବେ ଅଭିନେତା ତଥା ନିର୍ଦ୍ଦେଶକ ଭିନୀତ ଶ୍ରୀନିବାସନ୍ ମଧ୍ୟ ପ୍ରମାଣ ନେଇ ଆଗକୁ ଆସିଥିଲେ ଯେ ନିର୍ଯାତନା ଦିନ ନିଭିନ ପୋଲି ଫିଲ୍ମ 'ଭାସାରାମ ପ୍ୟାରୀ'ର ସେଟରେ ଥିଲେ । ଭିନିତଙ୍କ ଦ୍ୱାରା ଦିଆଯାଇଥିବା ପ୍ରମାଣକୁ ଭିତ୍ତି କରି ସ୍ୱତନ୍ତ୍ର ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଦିନ ମହିଳା ନିର୍ଯାତନା ଅଭିଯୋଗ କରିଥିଲେ, ନିଭିନ ପୋଲି ବିଦେଶରେ ନଥିଲେ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ମହିଳାଙ୍କ ବିବୃତ୍ତିରେ ଅନେକ ମିଛ ଜାଣିବାକୁ ଥିବା ପାଇଥିଲେ । ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।