ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ନକଲି ନିବେଶ ସ୍କାମରେ ୫୪ ଲକ୍ଷ ଠକେଇ ଅଭିଯୋଗ: ଦକ୍ଷିଣୀ ଟେଲି ଫିଲ୍ମ ଅଭିନେତା ଗିରଫ, କେରଳ ଜଙ୍ଗଲରେ ଲୁଚିଥିଲେ

Published By : Prameya | June 23, 2025 12:00 PM

ଭୁବନେଶ୍ୱର,୨୩/୦୬: ନକଲି ନିବେଶ  ସ୍କାମ୍‌ରେ ଫସାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ  ଟଙ୍କା ଠକୁଥିଲା । ଏହି ଟଙ୍କାରେ ଟେଲି ଫିଲ୍ମ  ସହ ଡକ୍ୟୁମେଣ୍ଟେରୀ ନିର୍ମାଣ କରୁଥିଲା ।  ନିଜେ ହିରୋ ସାଜୁଥିଲା । ଏଭଳି ଢଙ୍ଗରେ ୫୪ ଲକ୍ଷ ଟଙ୍କା ଠକିଥିବା ଜଣେ ସାଉଥ୍‌ ଟେଲି ଫିଲ୍ମ ଅଭିନେତାକୁ ସାଇବର ଓ ଅର୍ଥନୈତିକ  ଅପରାଧ ଥାନା ପୁଲିସ ଗିରଫ କରିଛି । ତାଙ୍କ  ନାଁ ପ୍ରସାଦ ବାଲାନ୍‌  ଓରଫ୍‌ କିଚୁ ଲାଲ୍‌ (୪୯) । ପୁଲିସ ତାକୁ  କେରଳ ପାଲାକଡ୍‌ ଜିଲ୍ଲାର ମେଲାରକୋଡେ ବାଲିଆପାଜିଆକୋଦାମର ଏକ ଜଙ୍ଗଲରୁ  ଗିରଫ କରିଛି । ପୁଲିସ ସୂଚନା ମୁତାବକ,  ପ୍ରସାଦ ଏବଂ ତା’ର ୪ଜଣ ସହଯୋଗୀଙ୍କ ଏହି  ନକଲି ନିବେଶ ସ୍କାମ୍‌ରେ ସମ୍ପୃକ୍ତି ଅଛି । 

ଖାଲି  ଓଡି଼ଶା ନୁହେଁ, ଅନ୍ୟ ୯ଟି ରାଜ୍ୟରେ ସେମାନେ  ଏହି ସ୍କାମ୍‌ରେ ଶହ ଶହ ଲୋକଙ୍କୁ ଫସାଇଛନ୍ତି ।  ଭର୍ଚୁଆଲ୍‌ ଗୋଲ୍ଡ ବିଡିଂ ନାଁରେ ଲୋକଙ୍କୁ ପାର୍ଟ ଟାଇମ୍‌ ଚାକିରିର ଅଫର ଦେଉଥିଲେ ।  ଇନ୍‌ଫୋସିଟି ଥାନା ଅଧୀନ ପଟିଆ ଆଦର୍ଶ ବିହାରର ଦୀପକ ନାୟକ ନାମକ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇ ୩ ଲକ୍ଷ  ୫୭ ହଜାର ଟଙ୍କା ହରାଇଥିଲେ । ସେ ଗତ  ଏପ୍ରିଲ ୨୨ରେ ଥାନାରେ  ଅଭିଯୋଗ କଲେ । ଗତ  ସପ୍ତାହରେ ପୁଲିସର ଏକ ଟିମ୍‌ କେରଳ ଯାଇଥିଲା । ଗିରଫ ଖବର ପାଇ ପ୍ରସାଦ ନିଜ ଗାଁର ନିକଟସ୍ଥ ଏକ ଜଙ୍ଗଲକୁ ଚାଲିଯାଇଥିଲା । ସ୍ଥାନୀୟ ପୁଲିସ ସହାୟତାରେ ପୁଲିସ ତାକୁ ଜଙ୍ଗଲରୁ ଗିରଫ କରି ଟ୍ରାନଜିଟ୍‌  ରିମାଣ୍ଡରେ ଭୁବନେଶ୍ୱର ଆଣିଛି । ତା’ଠାରୁ ୯ଟି ପାସ୍‌ବୁକ୍‌, ୫ଟି ଚେକ୍‌ ବୁକ୍‌ ଓ ୮ଟି ଡେବିଟ୍‌ କାର୍ଡ ଜବତ କରାଯାଇଛି । ଠକେଇ  ତଥ୍ୟ ରହୁଥିବା ୪ଟା ଡାଏରୀକୁ ଜବତ କରାଯାଇ ତଦନ୍ତ ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.