ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବଡଯାତ୍ରା ପାଇଁ ଉତ୍ସବ ମୁଖର ମାଲକାନଗିରି ସହର : କନ୍ୟାମାଝି ବନ୍ଧରେ ଭୋଗ ପାଇଲେ ବଡ଼ଠାକୁର

Published By : Prameya | March 8, 2025 5:48 PM

ମାଲକାନଗିରି, ୮/୩ (ଆପ୍ର) ଉତ୍ସବ ମୁଖର ହୋଇପଡିଛି ମାଲକାନଗିରି ସହର। ଆନ୍ଧ୍ର, ଓଡିଶା, ଛତିଶଗଡ, ତେଲାଙ୍ଗାନ ଚାରିରାଜ୍ୟ ସୀମାନ୍ତରେ କେଉଁ ଆବାହନକାଳରୁ ମାସେ ତମାମ ଚାଲିଆସୁଥିବା ବଡଯାତ୍ରା ବଡଠାକୁର ଶ୍ରୀ ଶ୍ରୀ କାନମରାଳ(ଶ୍ରୀ କୃଷ୍ଣ), ପୋତରାଳ(ଭୀମ),  ବାଲରାଜ(ଅର୍ଜୁନ) ଓ ମା’ ମୁତ୍ୟାଲୁମା(ଦୁର୍ଗା ମାତା) ଶନିବାର ସକାଳେ ମାଲକାନଗିରି ସହର ମୁଣ୍ଡ କନ୍ୟାମାଝି ବନ୍ଧ ମଣ୍ଡପରେ ପହଞ୍ଚି ଭୋଗ ପାଇଛନ୍ତି । 

ପବିତ୍ର ତମସା ନଦୀକୂଳ ଠାରୁ ଶନିବାର ପ୍ରାତଃରୁ ସୁସଜିତ ବିମାନରେ ପୁଜାରୀ ଓ ଲାଠିଧାରି ଭକ୍ତମାନେ ଶୋଭାଯାତ୍ରା ରେ କନ୍ୟାମାଝି ପୁଜା ମଣ୍ଡପନିକଟରେ ପହଁଚାଇଥିଲେ । ରାସ୍ତାତମାମ ଭୋଗପାଇ ବଡଯାତ୍ରା ଠାକୁର ମାଲକାନଗିରି କନ୍ୟା ମାଝିବନ୍ଧ ଠାରେ ପହଁଚିବା ପରେ ବଡଯାତ୍ରା ପାଟପୂଜାରୀ, ପୁଜାକମିଟିର ସଭାପତି ତହସିଲଦାର ଓ ଅନ୍ୟାନ ଅଧିକାରୀ ପୁଜାକମିଟିର ସଦସ୍ୟ ମାନେ ରାଜ ଭୋଗ ଲଗାଇବା ପରେ ଶ୍ରୀ ଶ୍ରୀ କାନମରାଜ, ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଙ୍କୁ ମଣ୍ଡପ ଚାରିପାଖରେ ସାତଭେରା ପରିକ୍ରମା କରିସାରିବା ପରେ ଠାକୁରଙ୍କୁ ପାଳମଣ୍ଡପକୁ ପ୍ରବେଶ କରା ଯାଇଥିଲା। ମାନସିକ ଧାରୀ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନକରି ଭୋଗ ଲଗାଇଥିଲେ । କାଳସୀ ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ଙ୍କ ନାଟବେଶ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରେ ପୁଲିସ ପ୍ରଶାସନ, ସତ୍ୟସାଇ ସେବା ସଂସ୍ଥା, ଶିବାନନ୍ଦ ଆଶ୍ରମ, କେତକ ସ୍ୱଚ୍ଛାସେବି ଅନୁଷ୍ଠାନ, ଯୁବକ ସଂଘ ପକ୍ଷରୁ ସମସ୍ତ ଭକ୍ତଙ୍କ ପାଇଁ ଦହିପଣା,ଲେମ୍ବୁପାଣି ଓ ଅର୍ନପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ । ଓଡିଶା, ଆନ୍ଧ୍ର, ତେଲାଙ୍ଗାନା, ଛତିଶଗଡ ଚାରି ରାଜ୍ୟରୁ ଭକ୍ତମାନେ ଉପସ୍ଥିତ ଥିଲେ । ପୁଲିସ ପ୍ରାଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରା ଯାଇଥିଲା । ରାତ୍ରରେ ବଡ ଯାତ୍ରା ଠାକୁରଙ୍କ ବିମାନକୁ ବିରାଟ ଶୋଭାଯାତ୍ରାରେ କନ୍ୟାମାଝି ବନ୍ଧରୁ ମାଣ୍ଡିଆଭଟା ମଣ୍ଡପ ନିକଟକୁ ନିଆଯାଇ ସେଠାରେ ରାଷ୍ଟ୍ର ରହଣି କରାଯାଇଛି ।

ମାଲକାନଗିରି ଜିଲ୍ଲାର ଗଣପର୍ବ ବଡ ଯାତ୍ରା ଦୁଇବର୍ଷ ଅନ୍ତର ରେ ଗତ ୩ତାରିଖ ଠାରୁ ଆନ୍ଧ୍ର, ଓଡିଶା, ଛତିଶଗଡ, ଦେଲାଙ୍ଗାନା ଚାରିରାଜ୍ୟ ସୀମାନ୍ତ ମାନ୍ୟମକୋଣ୍ଡା ପୋଲେରୁ ଠାରୁ ଆରମ୍ଭ ହୋଇଯାଇଛି । ଆନ୍ଧ୍ରପ୍ରଦେଶ ଡାଡାକାରେଉରେ ସ୍ନାନ ଯାତ୍ରା ପରେ ପବିତ୍ର ସିଲେରୁ ନଦୀରେ ବଡଯାତ୍ରା ଚିନିଠାକୁର ଙ୍କ ନୌକାବିହାର ହୋଇଥିଲା । ପୂଜାରି ଦିଶାରୀ ଭକ୍ତମାନେ ଠାକୁରଙ୍କ ବିମାନ କାନ୍ଧେଇ ଦୀର୍ଘ ୧୦୦ କିଲୋମିଟର ପାଦରେ ଚାଲିଚାଲି ମାଲକାନଗିରି ସହର ର ପ୍ରବେଶ ଦ୍ବାର ଏମଭି ୭ ଗ୍ରାମ ତମସା ନିକଟରେ ପହଁଚିଥିଲେ। ଶନିବା ବଡି ଭୋରୁ ଚମାସା ଠାରୁ କନ୍ୟାମାଝୀ ବନ୍ଧ ପୂଜା ମଣ୍ଡପ ନିକଟକୁ ଶୋଭା ଯାତ୍ରାରେ ଠାକରଙ୍କ ବିମାନକୁ ନିଆ ଯାଇଥିଲା ।

 କନ୍ୟାମାଝୀ ବନ୍ଧନିକଟକୁ ସହର ଓ ବିଭିନ୍ନ ସ୍ଥାନରୁ ଆସିଥିବା ଦେବା ଦେବିଙ୍କ ବିମାନ କୁ ଏକତ୍ରିତ କରାଯାଇ ରାତ୍ରରେ ସୋଭା ଯାତ୍ରାରେ ମାଣ୍ଡିଆଭଟା ପୁଜା ମଣ୍ଡପ ନିକଟକୁ ନିଆଯାଇଛି । କେଉଁ ଆବାହନ କାଳରୁ ମାସେ ତମାମ ଚାଲିଆସୁଥିବା ବଡଯାତ୍ରା ତିନି ଠାକୁର ଓ ମା’ ମୁତ୍ୟାଲୁମା ଙ୍କ ବିମାନ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ପହଁଚିବା ପରେ ଉତ୍ସବ ମୁଖର ହୋଇପଡିଛି ସହର। ଶ୍ରୀ ଶ୍ରୀ କାନମରାଜ, ପୋତରାଜ, ବାଲିରାଜ ଓ ମା ମୁତ୍ୟାଲୁମା ଙ୍କୁ ସୁସଜିତ ବିମାନରେ ପୁଜାରୀ ମାନେ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁର ବିମାନ, ଲାଠି ଧରି ଭକ୍ତମାନେ ଶୋଭା ଯାତ୍ରା ରାତ୍ରରେ ମାଣ୍ଡିଆଭଟା ମଣ୍ଡପନିକଟରେ ପହଁଚିଛନ୍ତି । ଏହି ଶୋଭା ଯାତ୍ରାରେ ପାରମ୍ପାରିକ କାଳସି ନାଟ କରାଯାଇଥିଲା।  ବିଭିନ୍ନ ଅଚଂଳରୁ ଭକ୍ତମାନେ ଆସି ଠାକୁର ଦର୍ଶନ କରିଥିଲେ । ମଣ୍ଡପରେ ଠାକୁର ପ୍ରଦେଶ ପରେ ମାନସିକ ଧାରୀ ଭକ୍ତ ମାନେ ଠାକୁରଙ୍କ ନିକଟରେ ପଶୁ ପକ୍ଷୀ ବଳି ଚଢାଇବାସହ ବାଲ୍ୟ ଭୋଗ ଲଗାଇଥିଲେ । କାଳସୀନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ନାଚ ବେସ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଲକାନଗିରି ସହର ରେ ମିନାବଜାର, ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାର ଖୋଲା ଯାଇଛି, ସମଗ୍ର ମାଲକାନଗିରି ସହରଭତ୍ସବ ମୁଖର ହୋଇପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.