ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜିଲ୍ଲା ଭିତିକ ନିଯୁକ୍ତି ଦାବି ନେଇ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ, ଦୋକାନ ବଜାର ବନ୍ଦ, ଯାନବାହାନ ଚଳାଚଳ ଠପ୍...

Published By : Ladu Kishor | October 4, 2024 6:35 PM

ମାଲକାନଗିରି,୪/୧୦ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ ପଦବୀ ଗୁଡିକୁ ଜିଲ୍ଲା ଭିତିକ ନିଯୁକ୍ତି ଦାବି ନେଇ ଶୁକ୍ରବାର ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଥିଲା ଆଦିବାସୀ ସମାଜ ମହାସଂଘ ଓ ଏସସି ଏସଟି ମିଳିତ କ୍ରିୟା ଅନୁଷ୍ଠାନ କମିଟି । ଏହା ପ୍ରଭାବରେ ଦୋକାନ ବଜାର ବନ୍ଦ ସହିତ ୪ ଚକିଆ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା। ଏହି ବନ୍ଦକୁ ସମର୍ଥନ କରିଛି ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ, ବଙ୍ଗାଳୀ ସମାଜ, ଅନୁସୂଚିତ ଜାତି, ଜନଜାତି ସଂଘ, ସ୍ଥାନୀୟ ଯୁବଗୋଷ୍ଟି,ଓ କିଛି ରାଜନୈତିକ ଦଳ। ଏସସି ଏସଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଜାରାଶବର ମାଢ଼ି, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ଉପଦେଷ୍ଟା ପ୍ରଭାକର ହନାଳ,ଉପଦେଷ୍ଟା ଘନଶ୍ୟାମ ମାଡକାମି, ଉପସଭାପତି ଘେନୁ ମୁଦୁଲି,ସଂଯୋଜକ ଡମ୍ବରୁ ଭାଘ, ମୁକା କବାସୀ ସନାତନ କାବାସି ପ୍ରମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ମାଲକାନଗିରି ଜିଲ୍ଲା ସଦର ମହାକୁମା ବସ ଷ୍ଟାଣ୍ଡ, ବାଲିମେଳା ଛକ, ଡିଏନଏ କେ ଛକ, କଲେଜ ଛକ ବିଭିନ୍ନ ଛକ ଠାରେ ପିକେଟିଙ୍ଗ କରି ରାସ୍ତା ରୋକ କରିବା ସହିତ ଯାନବାହାନ ଚଲାଚଳକୁ ରୋକିଥିଲେ ।

ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ଯାନ ବାହାନ ଚଳାଚଳ ବନ୍ଦ ରହିଥ‌ିବା ବେଳେ ଦୋକାନ ବଜାର ଓ ଆଶିଂକ ଭାବେ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଥିଲା। ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ବେଳେ ଆରମ୍ଭ ହୋଇଥିଲା ବିବାଦ । ବୁଟିଗୁଡ଼ା ବିଦ୍ୟାଳୟ ଠାରେ ଶିକ୍ଷକ ନିଯୁକ୍ତିର ଚୁକ୍ତିନାମା ସାକ୍ଷର ବେଳେ ଏହାକୁ ବିରୋଧ କରିଥିଲେ ଏସି ଏସଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲାବାସୀ । ଏପରିକି ବିରୋଧ କରିବା ସହିତ ନିଯୁକ୍ତି ଦାବିନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ନୂଆ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ବିରୋଧ କରିବା ସହ ଗେଟ ଭିତରେ ପଶେଇ ଦେଇ ନଥିଲେ । ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଥିଲେ ମଧ୍ୟ ଏହାକୁ ସରକାର ଗୁରୁତ୍ୱ ଦେଉନଥିବାର ମାଲକାନଗିରି ବାସୀ ଅଭିଯୋଗ କରିଛନ୍ତି ।

ସରକାର ଜିଲ୍ଲା ଭିତ୍ତିକ ନିଯୁକ୍ତି ନଦେବାରୁ ବାହାର ଜିଲ୍ଲାରୁ ପିଲାଏ ଏଠାରେ ଆସି ଚାକିରୀ ପାଉଛନ୍ତି । ନିଯୁକ୍ତି ପାଇ ବର୍ଷ ରହିବା ପରେ ପୁଣି ସେମାନେ ଏଠା ଟ୍ରାନ୍ସଫର ହୋଇ ନିଜ ଜିଲ୍ଲାକୁ ଚାଲିଯାଇଥିବା ଅଭିଯୋଗ ହୋଇଛି । ଚାକିରି ନପାଇ ମାଲକାନଗିରି ଜିଲ୍ଲା ପିଲା ପଡ଼ୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବାର ଅଭିଯୋଗ କରିଛନ୍ତି ସଂଘ । ଜିଲ୍ଲାର ସାତଟି ଯାକ ବ୍ଲକରେ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଅନେକ ସ୍ଥାନରେ ବନ୍ଦର ଆଶିଂକ ପ୍ରଭାବ ପଡ଼ିଥିବାର ଜଣା ପଡିଛି। ଏହି ବନ୍ଦ ସମୟରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା   କରାଯାଇଥିଲା। ଅପରାହ୍ନ ରେ ଅଧିକାଂଶ ଦୋକାନ ବଜାର ଖୋଲିବା ସହିତ ଯାନବାହନ ଚଳାଚଳ ଆରମ୍ଭ  ହୋଇଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.