ନୂଆଦିଲ୍ଲୀ,୨୦।୩: ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ଦ୍ୱାରା ଗୁରୁବାର ଦିଲ୍ଲୀରେ ଆୟୋଜିତ ହୋଇଛି ଇଫତାର ପାର୍ଟି। ଏଥିରେ କଂଗ୍ରେସ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସମାଜବାଦୀ ସାଂସଦ ଜୟା ବଚ୍ଚନ ଯୋଗଦେଇଥିଲେ। ଏହା ବ୍ୟତୀତ କଂଗ୍ରେସ ନେତା ଶଶି ଥରୁର, ଶାମା ମହମ୍ମଦ, ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି, ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ମଧ୍ୟ IUMLର ଇଫତାର ପାର୍ଟିରେ ପହଞ୍ଚିଥିଲେ।
#WATCH | दिल्ली | कांग्रेस संसदीय दल की अध्यक्ष सोनिया गांधी, समाजवादी पार्टी के प्रमुख अखिलेश यादव, समाजवादी पार्टी की सांसद जया बच्चन इंडियन यूनियन मुस्लिम लीग (IUML) द्वारा आयोजित इफ्तार में शामिल हुए। pic.twitter.com/4UDJPvoAAx
— ANI_HindiNews (@AHindinews) March 20, 2025
କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ‘IUML’ ଆମର ସହଯୋଗୀ ଏବଂ ସଂସଦର ଉଭୟ ଗୃହରେ ସେମାନଙ୍କର ଏକ ଦୃଢ଼ ଉପସ୍ଥିତି ରହିଛି। ସେମାନଙ୍କର ବରିଷ୍ଠ ନେତାମାନେ କେରଳ ଏବଂ ଜାତୀୟ IUML ପ୍ରତିଷ୍ଠାନରୁ ଆସିଛନ୍ତି। ଆମେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସି ବହୁତ ଖୁସି ଏବଂ IUMLକୁ ରମଜାନର ଶୁଭକାମନା ଜଣାଉଛୁ। ସମସ୍ତଙ୍କୁ ରମଜାନ ମୁବାରକ୍। IUMLର ଇଫତାରରେ ଯୋଗଦେବା ନେଇ, ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ‘ଏହି ଇଫତାର ପାର୍ଟି ଆଜି IUML ଦ୍ୱାରା ଆୟୋଜିତ ହୋଇଥିଲା। ମୁଁ ତାଙ୍କ ଦଳର ଲୋକଙ୍କୁ ଏବଂ ଆଜି ଏହି ପାର୍ଟିରେ ଯୋଗ ଦେଇଥିବା ସମସ୍ତଙ୍କୁ ରମଜାନ ଶୁଭେଚ୍ଛା ଜଣାଉଛି ଏବଂ ସମସ୍ତଙ୍କୁ ଏହି ଦେଶର ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରୁଛି।’