ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ମାଲ୍ୟବନ୍ତ ମହୋତ୍ସବ ସବ କମିଟି ବୈଠକ, ୨୯ତାରିଖରେ ପବିତ୍ର ଜଳେଶ୍ଵର ଶୈବ ପୀଠରୁ ଉତ୍ସବର ଶୁଭାରମ୍ଭ ଓ କଳସ ଯାତ୍ରା

Published By : Prameya | November 21, 2024 11:13 PM

ମାଲକାନଗିରି, ୨୧/୧୧ : ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଶୁଭାରମ୍ଭ ଓ କଳସଯାତ୍ରା ଆସନ୍ତା ୨୯ତାରିଖରେ କୋରକୁଣ୍ଡା ବ୍ଲକ ଟେକଗୁଡା କଲୋନୀ ସ୍ଥିତ ପବିତ୍ର ଜଳେଶ୍ଵର ଶୈବ ପୀଠରୁ ଆରମ୍ଭ ହେବା ପାଇଁ ନିଷ୍ପତି ନିଆଯାଇଛି। ମାଲ୍ୟବନ୍ତ ମହୋତ୍ସବ ନେଇ ସ୍ଥାନୀୟ ଆରଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।  

ଏହି ବୈଠକରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ଥିଲେ। ନଭେମ୍ବର ୨୯ ରେ କୋରକୁଣ୍ଡା ବ୍ଲକ ସ୍ଥିତ ଜଳେଶ୍ଵର ଶୈବ ପୀଠ ରୁ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହେବ। ପବିତ୍ର ଜଳେଶ୍ଵର ପୀଠରୁ ଜଳ ସଂଗ୍ରହ ପରେ ଅପରାହ୍ନ ୩ ଟାରେ କଳସ ଯାତ୍ରା ଭୈରବ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆୟୋଜନ ହେବ।ଡିସେମ୍ବର ୬ ଓ ୭ ରେ ଦୁଇ ଦିନ ଧରି ସଂସ୍କୃତି ଭବନ ଠାରେ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗୀତା ଆୟୋଜନ ହେବ ।

ସେହିପରି ଡିସେମ୍ବର ୧୦ରେ ମିନି ମାରାଥନ ଓ ୧୧ ରେ ପଥ ଉତ୍ସବ ଓ ନୌକା ଚାଳନା ପ୍ରତିଯୋଗୀତା ଆୟୋଜନ କରାଯିବ। ବାଲିମେଳା ଛକ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ  ସକାଳ ୭ ରୁ ୧୦ ଟା ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହେବ। ଏଥି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଭାବେ ପଞ୍ଜୀକରଣ କରିବାକୁ ହେବ। ନୌକା ଚାଳନା ପ୍ରତିଯୋଗୀତା ଜିଲ୍ଲା କ୍ରୀଡା ବିଭାଗ, ବନ ବିଭାଗ ଓ ମତ୍ସ୍ୟ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ସତୀଗୁଡା ଡ୍ୟାମ୍ ଠାରେ ଅପରାହ୍ନରେ ଆୟୋଜନ କରାଯିବ। ଅନୁରୂପ ଭାବେ ବ୍ଲକ ସ୍ତରରେ ମଧ୍ୟ ମହୋତ୍ସବ ଆୟୋଜନ କରାଯିବ। ସେଠାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳଙ୍କୁ ଜିଲ୍ଲା ସ୍ତରୀୟ ଉତ୍ସବ ମୁଖ୍ୟ ମଞ୍ଚରେ ପରିବେଷଣ କରାଯିବାର ସୁଯୋଗ ଦିଆଯିବ। 

ଜିଲ୍ଲାସ୍ତରୀୟ ଉତ୍ସବରେ ବିଭିନ୍ନ ରାଜ୍ୟର ପାରମ୍ପରିକ ଲୋକ ନୃତ୍ୟ ସହ ଆମ ରାଜ୍ୟର ପ୍ରସିଦ୍ଧ ଲୋକ ନୃତ୍ୟକୁ ସାମିଲ କରାଯିବ। ବିଶେଷ ଭାବେ ଆମ ଜିଲ୍ଲାର ପାରମ୍ପରିକ ଲୋକ ନୃତ୍ୟକୁ ମଧ୍ଯ ମହୋତ୍ସବରେ ଅଗ୍ରାଧିକାର ଦିଆଯିବ। ମହୋତ୍ସବ ନିମନ୍ତେ ସପ୍ତଧାରା ସ୍ମରଣିକା ପ୍ରକାଶ ପାଇବ। ଏଥି ନିମନ୍ତେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଅଛି। ନଭେମ୍ବର ୨୮ ସୁଦ୍ଧା ସମସ୍ତ ଲେଖା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଇ ମେଲ୍ [email protected] ମାଧ୍ୟମରେ ପ୍ରେରଣ କରିପାରିବେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଳୟାନନ୍ଦ ଶତପଥୀ, ଶଶାଙ୍କ ମିଶ୍ର, ଶ୍ୟାମ ସୁନ୍ଦର ନାୟକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.