କୋଲକାତା;୧୦/୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଇଡି ମଧ୍ୟରେ ଚାଲିଥିବା ବିବାଦ ଏବେ ସବୁଠି ଚର୍ଚ୍ଚାର ବିଷୟ । ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଥିବାବେଳେ ଏବେ ହାଇଡ୍ରାମା ଦେଖିବାକୁ ମିଳୁଛି ପଡ଼ୋଶୀ ରାଜ୍ୟରେ । ତେବେ ପୁଣିଥରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ଏସଆଇଆରକୁ ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି । କହିଛନ୍ତି କି, SIR ବାରମ୍ବାର ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ବୈଷୟିକ ଏବଂ ଯାନ୍ତ୍ରିକ ହୋଇଗଲାଣି । ଏଥିରେ ବୁଝାମଣା, ସମ୍ବେଦନଶୀଳତା ଏବଂ ମାନବିକ ଆଭିମୁଖ୍ୟର ଅଭାବ ରହିଛି।"

ଏହାସହ ମମତା ଚିଠିରେ ଉଲ୍ଲେଖ କରିଛନ୍ତି ଯଦିଓ SIR ଗଣତନ୍ତ୍ର ଏବଂ ସାମ୍ବିଧାନିକ ପ୍ରକ୍ରିୟା କୁହାଯାଉଛି କିନ୍ତୁ ଏଥିରେ ମାନବିକତାର ଅଭାବ ଥିବା ଭଳି ମନେହୁଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏଥିଲାଗି ଏଯାବତ ୭୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆତ୍ମହତ୍ରା ଉଦ୍ୟମ କରିଛନ୍ତି । ଏବେ ୧୭ଜର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି SIR ପ୍ରକ୍ରିୟା ପାଇଁ ବହୁ ଜଣାଶୁଣା ବ୍ୟକ୍ତିତ୍ବ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନୋବେଲ ପୁରସ୍କାରପ୍ରାପ୍ତ ପ୍ରଫେସର ଅମର୍ତ୍ତ୍ୟ ସେନଙ୍କୁ ପ୍ରମାଣପତ୍ର ଦେବାକୁ କୁହାଯାଇଛି । ତାଙ୍କ ବୟସ ୯୦ ହେଲାଣି । ଏହାସହ ଜଣାଶୁଣା କ୍ରିକେଟର ମହମ୍ମଦ ସାମିଙ୍କ ଭଳି ଅନେକ କଳାକାରଙ୍କୁ ମଧ୍ୟ ନୋଟିସ୍ ହୋଇଛି । ଯାହାକୁ ଅନେକ ନିନ୍ଦା କରୁଥିବା କହିଛନ୍ତି ମମତା । ଏହା କେବଳ ଅହକାଂର ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।