ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

Bengal: ମମତା ବାନାର୍ଜୀଙ୍କ ବିସ୍ଫୋରକ ବୟାନ; କହିଲେ ରାଜ୍ୟରେ ଲାଗୁ ହେବ ନାହିଁ ୱାକଫ୍(ସଂଶୋଧିତ) ବିଲ୍

Published By : Bijay Swain | April 12, 2025 4:57 PM

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିସ୍ପୋରକ ବୟାନ। କହିଲେ ଆମ ସରକାର ନରେନ୍ର ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା ୱାକଫ୍(ସଂଶୋଧିତ) ବିଲ୍ କୁ ରାଜ୍ୟରେ ଲାଗୁ କରିବ ନାହିଁ। ମୁର୍ଶିଦାବାଦରେ ହୋଇଥିବା ହିଂସାରେ ହିଂସାକାରୀକୁ ଶାନ୍ତ ହେବା ପାଇଁ ଦେଇଥିବା ଭାଷଣରେ ମମତା କିଛି ଏପରି ଘୋଷଣା କରିଛନ୍ତି। 

ସମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ସେୟାର କରି ମମତା ବାନାର୍ଜି ଲେଖିଛନ୍ତି ଯେ “ଏହି ନୂଆ ନିୟମ ଦିଗରେ ଆମେ ଆମ ମତ୍ତ ରଖିସାରିଛୁ। ଆମେ ଏହାକୁ ଆଦୈ ସମର୍ଥନ କରୁନାହୁଁ। ଆମ ରାଜ୍ୟରେ ଏ ନିୟମ କାର୍ଯ୍ୟକାରୀ କରାଯିବ ନାହିଁ। ତେଣୁ ଆପଣମାନେ ଆଉ ହିଂସା ବଢାନ୍ତୁ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ସବୁ ଧର୍ମ ଓ ସମସ୍ତ ପ୍ରକାର ଲୋକଙ୍କୁ ନିବେଦନ କରୁଛି ସେମାନେ ଦୟାକରି ସାନ୍ତି ରକ୍ଷା କରନ୍ତୁ। ସବୁ ମଣିଷଙ୍କ ଜୀବନର ମୁଲ୍ୟ ରହିଛି। ଆପଣମାନେ ଶସ୍ତା ରାଜନୀତି ପାଇଁ ହିଂସା ସୃଷ୍ଟି କରନ୍ତୁ ନାହିଁ। ଆଉ ଯେଉଁମାନେ ହିଂସା କରିବାକୁ ଉସକାଉଛନ୍ତି ସେମାନେ ଆଅମ ସମାଜର ହିଁ କ୍ଷତି କରୁଛନ୍ତି।”

ସୂଚନା ମୁତାବକ, ଗତକାଲି ଶୁକ୍ରବାର ଥିବାରୁ ନମାଜ ପାଛ ପାଇଁ ଲୋକମାନେ ଏକାଠି ହୋଇଥିଲେ। କିନ୍ତୁ ହଠାତ୍ ୱାକଫ୍(ସଂଶୋଧିତ) ବିଲ୍ କୁ ନେଇ ଲୋକମାନଙ୍କ ଭିତରେ ହିଂସା ଉପୁଜିଥିଲା। ଲୋକମାନେ ଗାଡି ଜଳାପୋଡା କରିବା ସହ ନିକଟରେ ଥିବା ଷ୍ଟେସନରେ ଯାଇ ଭଙ୍ଗାରୁଜା କରିବା ସହ ଟ୍ରେନକୁ ଢେଲାମାଡ କରିଥିଲେ। ଏହି ହିଂସାରେ 15 ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ବେଙ୍ଗଲର ବରିଷ୍ଠ ପୋଲିସ ଅଧିକାରୀ ରାଜୀବ କୁମାର କହିଛନ୍ତିଯେ ଏକ ଗୁଜବ ପାଇଁ ପ୍ରାର୍ଥନା ସଭାରେ ଏଭଲି ହିଂସାତ୍ମକ ସ୍ଥିତି ଉପୁଜିଥିଲା। ଯେଉଁଥିରେ ଲୋକମାନେ ଗାଡି, ବିଲ୍ଡିଂ, ପୋଲିସ ଆଉଟପୋଷ୍ଟ, ଦୋକାନ ଆଦି ମଧ୍ୟ ବାଦ ପଡିନଥିଲା। 

ହିଂସା ଉପରେ ନିଜ ମନ୍ତବ୍ୟ ରଖି ମମତା ବାନାର୍ଜୀ କହିଛନ୍ତି ଯେ “ଏହି ନୂଆ ନିୟମ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି। ତ ଏହାପାଇଁ କେନ୍ଦ୍ର ସରକାର ହିଁ ଉତ୍ତରଦାୟୀ ରହିବେ। କେତେକ ରାଜନୈତିକ ଦଳ ଧର୍ମକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ଦୟାକରି ଆପଣ ସେମାନେ ଯାହା ଚାହୁଁଛନ୍ତି ସେଭଳି କାମ କରନ୍ତୁ ନାହିଁ।” ଏହା ସହ ହିଂସା ଉସୁକାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କଡା କର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। 

ମୁର୍ଶିଦାବାଦରେ ଶୁକ୍ରବାର ହୋଇଥିବା ହିଂସାରେ ହିଂସାକାରୀମାନେ ବିଭିନ୍ନ ଦୋକାନକୁ ଲୁଟିବା ସହ ଦୋକନରେ ନିଆଁ ଲଗାଇ ଦେଇଥିଲେ। ପୋଲିସ ଘଟମାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଂସାକାରୀମାନେ ବ୍ୟପକ କ୍ଷୟକ୍ଷତି କରିସାରିଥିଲେ। ତେବେ ହିଂସା ଆରମ୍ଭ ହେବାର ତିନିଘଣ୍ଟା ପରେ ପୋଲିସ ଓ ସେନା ଘଟଣାସ୍ଥଳରେ ପହଞ୍ଚି ହିଂସାକୁ ଆୟତ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.