ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଘାତୀ ବିସ୍ଫୋରଣ।, ଜଣେ ଯୁବକ ମୃତ

Published By : Anindita | November 14, 2024 12:14 PM

ନୂଆଦିଲ୍ଲୀ,୧୪/୧୧: ବ୍ରାଜିଲର ସୁପ୍ରିମକୋର୍ଟ ସମ୍ମୁଖରେ  ଆତ୍ମଘାତୀ ବିସ୍ଫୋରଣ। । ବିସ୍ଫୋରକ ସାମଗ୍ରୀ ନିଜ ଶରୀରରେ ବାନ୍ଧି ସୁପ୍ରିମକୋର୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଯୁବକଙ୍କର ଏହି ଘଟଣାରେ ମୃତ୍ୟୁ । ତେବେ ଗତକାଲି ସନ୍ଧ୍ୟା ସମୟରେ ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ଏହି ବିସ୍ଫୋରଣ ଘଟିଥିଲା। ଏହାପରେ ଘଟଣାସ୍ଥଳରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉକ୍ତ ସମୟରେ କୋର୍ଟ ଚାଲିଥିବାରୁ ତୁରନ୍ତ କୋର୍ଟରୁ ବିଚାରପତି ତଥା ଅନ୍ୟମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ତେବେ  ଖବର ଅନୁଯାୟୀ, ବ୍ରାଜିଲ ସୁପ୍ରିମକୋର୍ଟ ସମ୍ମୁଖରେ ୨୦ ସେକେଣ୍ଟ ବ୍ୟବଧାନରେ ଅଳ୍ପ କିଛି ଦୂରତାରେ ଦୁଇଟି ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ସୂଚନା ମିଳି ପାରିନଥିବା ବେଳେ  ବିସ୍ଫୋରଣ ବ୍ରାଜିଲର ରାଜଧାନୀ ହାଇ ପ୍ରୋଫାଇଲ ଏରିଆ ପ୍ରାକାଡସ୍‌ ଟ୍ରେସ୍‌ ପୋଡର୍ସ ଅଞ୍ଚଳରେ ଘଟିଛି। ଉକ୍ତ ଅଞ୍ଚଳରେ ବ୍ରାଜିଲର ବହୁ ସରକାରୀ କାର୍ଯ୍ୟାଳୟର ମୁଖ୍ୟାଳୟ ରହିବା ସହ ବିସ୍ଫୋରଣ ସ୍ଥଳଠୁ ଅଳ୍ପ ଦୂରତାରେ ବ୍ରାଜିଲ ରାଷ୍ଟ୍ରପତି ଭବନ ମଧ୍ୟ ରହିଛି। ହେଲେ ବିସ୍ଫୋରଣ ସମୟରେ ସେଠାରେ ରାଷ୍ଟ୍ରପତି ନଥିବା ଜଣାପଡିଛି।   ତେବେ ଏହି ଘଟଣା ପରେ ତୁରନ୍ତ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦିଆଯାଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏପରିକି ଏହି ବିସ୍ଫୋରଣ ପରେ ରାଷ୍ଟ୍ରପତି ଭବନର ସୁରକ୍ଷା କର୍ମୀ ରାଷ୍ଟ୍ରପତି ଭବନକୁ ତନ ତନ କରି ଯାଞ୍ଚ କରିଛନ୍ତି।

ପ୍ରକାଶ ଥାଉକି, ଗତ କିଛି ବର୍ଷ ଧରି ବ୍ରାଜିଲ ସୁପ୍ରିମକୋର୍ଟକୁ ଟାର୍ଗେଟ କରାଯାଉଛି। ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକ ସୁପ୍ରିମକୋର୍ଟ ବିଚାରପତି ଆଲେକଜାଣ୍ଡର ଦେ ମୋରାଇସଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ବୋଲସୋନାରୋଙ୍କ ସମର୍ଥକ ୨୦୨୩ ମସିହା ଜାନୁୟାରୀ ୮ ତାରିଖରେ ବ୍ରାଜିଲର ସରକାରୀ ବିଲ୍ଡିଂରେ ଦଙ୍ଗା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରୁଛନ୍ତି ବିଚାରପତି ଆଲେକଜାଣ୍ଡର ଦେ ମୋରାଇସ । ତେଣୁ ତାଙ୍କ ଟାର୍ଗେଟ କରି ଏଭଳି ଘଟଣା ଘଟୁଥିବା କୁହାଯାଉଛି। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.