କଟକ,୧୩/୧୦: ରଘୁନାଥପୁର ଥାନା କଟକ-ପାରାଦୀପର ଗୋକୁଳପୁର ମାତା ମଠ ନିକଟରେ ଦୁର୍ଘଟଣା । କାର୍ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ । ମୃତକ ଗୋକୁଳପୁର ଗାଁର ସୁମନ୍ତ ଗ୍ରହଚାଯ୍ୟ (୫୮ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଗୋକୁଳପୁର ଗ୍ରାମର ସୁମନ୍ତ ଗ୍ରହଚାଯ୍ୟ ସାଇକେଲ ଯୋଗେ ଘରୁ ତାରପୁର ବାଇପାସ ଚଷମା ଦୋକାନକୁ ଯାଉଥିଲେ । ଏତିକି ବେଳେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ତୁରନ୍ତ ରଘୁନାଥପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସୁମନ୍ତକୁ ମୃତ ଘୋଷଣା କରିଥିଲେ।