କେନ୍ଦୁଝର ସଦର, ୫/୩: କେନ୍ଦୁଝର ସଦର ବ୍ଲକରେ ଦନ୍ତା ହାତୀର କ୍ରୋଧର ଶିକାର ହେଲେ ଯୁବକ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ କନ୍ଦ୍ରରକଳା ଗାଁରେ ଗୁରୁବାର ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ସ୍ୱର୍ଗତ କମଳାକାନ୍ତ ନାୟକଙ୍କ ୨୭ ବର୍ଷୀୟ କନିଷ୍ଠ ପୁଅ କାଳିଆ ନାୟକକୁ ହାତୀ ଦଳି ମାରିଦେଇଛି । ସୂଚନାରୁ ପ୍ରକାଶ ଯେ, କାଳିଆ ସକାଳୁ ଉଠି ବାହାରକୁ ଶୌଚ ହେବାକୁ ଯାଉଥିବା ବେଳେ ଏକ ଦନ୍ତା ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ... ଖାଦ୍ୟ ସନ୍ଧାନରେ କୂଅରେ ଖସିପଡ଼ିଲା ଦନ୍ତା, ଦୀର୍ଘ ଘଣ୍ଟାର ଅପରେସନ ପରେ ଉଦ୍ଧାର