କେନ୍ଦୁଝର, ୫।୩: କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ କୂଅରେ ଖସିପଡ଼ିଲା ଦନ୍ତା । ଦୀର୍ଘ ଘଣ୍ଟାର ଅପରେସନ ପରେ ଉଦ୍ଧାର କଲେ ବନବିଭାଗ । ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ବୁଧବାର ବିଳମ୍ବିତ ରାତିରେ ଏକ ବୟସ୍କ ଦନ୍ତା ହାତୀ ଖସି ପଡ଼ିଥିଲା । ହାତୀକୁ ଦୀର୍ଘ ଘଣ୍ଟା ପରେ ଉଦ୍ଧାର କରାଗଲା । ହାତୀଟି ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ବାଡ଼ିରେ ଥିବା ଖୋଲା କୂଅ ଭିତରେ ପଡ଼ିଯାଇଥିଲା ।

ଏହା ବି ପଢ଼ନ୍ତୁ... ​​​​​​​ରାଜ୍ୟସଭା ପାଇଁ ଆଜି ନାମାଙ୍କନ, ଚତୁର୍ଥ ଆସନରେ ହେବ ରୋଚକ ଲଢ଼େଇ

ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଦମକଳ ବିଭାଗକୁ ସୂଚନା ଦେଇଥିଲେ । ଦମକଳ ବିଭାଗ କର୍ମଚରୀ ପହଞ୍ଚି କୂଅକୁ ମେସିନରେ ହାତୀଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟ ଓ ହାତୀକୁ ଦେଖିବାକୁ ଭିଡ଼ ଜମିଥିଲା । ଉଦ୍ଧାର ପରେ ହାତୀଟି ଉତ୍ୟକ୍ତ ହୋଇ ଉପସ୍ଥିତ ଦେଖଣାହାରୀ ଏବଂ କିଛି ବାଇକକୁ ଆକ୍ରମଣ କରି ପଳାଇଥିଲା । ଖାଦ୍ୟ ଅଭାବରୁ ହାତୀମାନେ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି ଏବଂ କୂଅରେ ପଡ଼ି ଏଭଳି ମୃତାହତ ହେଉଛନ୍ତି । ଗତ ସପ୍ତାହରେ ଏହି ରେଞ୍ଜର କାଠ ବାଉଁଶୁଳୀ ଗ୍ରାମରେ ଜଣେ ବ୍ୟକ୍ତି ବାଡ଼ିରେ ହାତୀ ଛୁଆ ଖସି ପଡ଼ି ମୃତ୍ୟୁ ପରେ ଆଜିର ଏଭଳି ଘଟଣା ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି ।