ମନମୁଣ୍ଡା, ୨୩।୧୧ :- ମନମୁଣ୍ଡା ପୁଲିସ ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜାତୀୟ ରାଜପଥ ରୁ ଥାନାକୁ ଯାଇଥିବା ରାସ୍ତା ଉଭୟ ପାର୍ଶ୍ୱରେରେ ଅନାବନା ଗଛ ଉଠିଥିବାବେଳେ ଅନେକ ମଇଳା ମଧ୍ୟ ପଡ଼ିଥିଲା। ଆଇ ଆଇ ସି ସସ୍ମିତା ମଗର ପୁଲିସ କର୍ମଚାରୀ ଙ୍କ ସହ ଆଜି ଉକ୍ତ ରାସ୍ତା ସଫା ସୁତୁରା କରିଥିବା ଦେଖିବାକୁ ମିଳିଥିଲା। ଥାନା ପରିସରରେ କେହି ଗୁଟଖା , ତମାଖୁ ଇତ୍ୟାଦି ଖାଇ ନ ଆସିବାକୁ ସେ ତାଗିଦ୍ କରିଥିଲେ। ଥାନା ପରିସରରେ ସେପରି ଜିନିଷ ଖାଇ କେହି ଛେପ ପକାଇ ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ନିଜେ ସଫାସୁତୁରା ରହିବା ସହ ପରିବେଶ ପରିଷ୍କାର ରହିଲେ ନିର୍ମଳ ଚିନ୍ତାଧାରା ଆସିବ ବୋଲି ଆଇ ଆଇ ସି ଶ୍ରୀମତୀ ମଗର କହିଥିଲେ।

ମନମୁଣ୍ଡା ନୂତନ ଆଇଆଇସି ସସ୍ମିତା ମଗର କାର୍ଯ୍ୟରେ ଯୋଗ ଦେବା ପର ଠାରୁ ସ୍ବଚ୍ଛତାକୁ ପ୍ରାଥମିକତା ଦେଇଥିବା ଦେଖିବାକୁ ମିଳିଛି। କିଛି ଦିନ ହେବ ଶ୍ରୀମତୀ ମଗର ଅଳିଆ ଆବର୍ଜନା ଓ ଅପରିଷ୍କାର ଅବସ୍ଥାରେ ଥିବା ଥାନା ପରିସରକୁ ନିଜେ ଶ୍ରମ ଦେବା ସହ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫା ସୁତୁରା କରି ଚକାଚକ କରି ଦେଇଥିଲେ। ଫଳରେ ଥାନାକୁ ଆସୁଥିବା ଲୋକମାନେ ସଫା ସୁତୁରା ଜାଗାରେ ବସି ଖୁସି ବ୍ୟକ୍ତ କରିଛନ୍ତି। ଶୃଙ୍ଖଳା ବିଭାଗରେ ଅପରିଷ୍କାରକୁ ଶୂନ୍ୟ ସହନଶୀଳତା ବୋଲି ମନେ କରି ଶ୍ରୀମତୀ ମଗର ଏପରି ପଦକ୍ଷେପ ନେଇଥିବା କହିଥିଲେ।