ନୂଆଦିଲ୍ଲୀ : ପ୍ରେମ କ’ଣ ଏମିତି ହୁଏ ? ପ୍ରଥମେ ପ୍ରେମ କରି ବାହାହେଲେ । ୨ ବର୍ଷ ହେବା ଆଗରୁ ସ୍ବାମୀଙ୍କୁ ଭୁଲିଗଲେ । ଆଉ ସ୍ବାମୀଙ୍କ ସାଙ୍ଗ ପ୍ରେମରେ ବାୟା ହେଲେ ମହିଳା । ଶେଷରେ ସ୍ବାମୀଙ୍କ ସାଙ୍ଗ ସହ ପୁଣିଥରେ ହେଲେ ବାହା । ସ୍ବାମୀ ସ୍ତ୍ରୀଙ୍କ ହ୍ବାଟ୍ସଆପ ଷ୍ଟାଟସ ଦେଖି ଜାଣିଲେ ସବୁ କଥା । କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହା ଏବେ ବେଶ ଚର୍ଚ୍ଚାରେ ରହିଛି ।

ମିଳିଥିବା ଖବର ଅନୁସାରେ, ୨୪ ବର୍ଷୀୟ ଯୁବତୀ ଜଣକ ୨ ବର୍ଷ ପୂର୍ବେ ସାଗର ନାମକ ଜଣେ ଅଟୋ ଡ୍ରାଇଭରଙ୍କୁ ପ୍ରେମ କରି ବାହାହୋଇଥିଲେ । ସେମାନେ ବେଶ ଖୁସିରେ ଦିନ କାଟୁଥିଲେ । ହେଲେ ଯେତେବେଳେ ସାଗରଙ୍କ ସାଙ୍ଗ ଇନ୍ଦ୍ର ତାଙ୍କ ଘରକୁ ବାରମ୍ବାର ଯିବା ଆସିବା କଲେ ସବୁ ବଦଳିଗଲା । ଇନ୍ଦ୍ରଙ୍କ ପ୍ରେମରେ ପଡ଼ି ଯାଇଥିଲେ ଯୁବତୀ । ଆଉ ସ୍ବାମୀଙ୍କୁ ଛାଡ଼ି ଶେଷରେ ଇନ୍ଦ୍ରଙ୍କ ସହ ପଳାଇ ଆସିଥିଲେ ।

ସବୁଠାରୁ ବଡ଼ କଥା ହେଉଛି କି, ସେମାନେ ମନ୍ଦିରରେ ବିବାହ କରିବା ପରେ ଫଟୋ ହ୍ବାଟ୍ସଆପ ଷ୍ଟାଟସରେ ଦେଇଥିଲେ । ଏହି ଷ୍ଟାଟସ ଦେଖିବା ପରେ ସାଗରେ ଜାଣିପାରିଥିଲେ କି, ତାଙ୍କ ସ୍ତ୍ରୀ ସାଙ୍ଗ ସହ ଫେରାର ହୋଇଯାଇଛି । ତେବେ ସାଗରେ ଏହାପରେ ଥାନାରେ ଯାଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ସ୍ତ୍ରୀ ଘରୁ ସୁନା ଗହଣା ସହ ନଗଦ ଲକ୍ଷେ ଟଙ୍କାରୁ ଅଧିକ ନେଇ ଫେରାର ହୋଇଛନ୍ତି । ମୋତେ ମୋ ଟଙ୍କା ଫେରାଉ ଏବଂ ଛାଡ଼ପତ୍ର ଦେଉ ବୋଲି ସେ ଦାବି କରିଛନ୍ତି ।

ଏହାସହ ପଢ଼ନ୍ତୁ : ଏପ୍ରିଲ୍ ୨୭ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇପାରେ ଖରାଛୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା