​​​​​​​ଭୁବନେଶ୍ବର: ରାଜ୍ୟରେ ବଢ଼ିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଖରାଛୁଟି ନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାତନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି କି, ଏପ୍ରିଲ୍ ୨୭ରୁ ହୋଇପାରେ ଖରାଛୁଟି ।  ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଖରାଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପାଣିପାଗର ସ୍ଥିତିକୁ ବିଚାର କରି ଆସନ୍ତା ଏପ୍ରିଲ୍ ୨୭ ତାରିଖରୁ ରାଜ୍ୟରେ ଖରାଛୁଟି ଆରମ୍ଭ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।​

ଏ ସମ୍ପର୍କରେ ମନ୍ତ୍ରୀ ଗଣ୍ଡ ସୂଚନା ଦେଇ କହିଛନ୍ତି ଯେ, ଛୁଟିକୁ ଏନେଇ ଆଜି SRC ଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ପାଣିପାଗ ସ୍ଥିତି ଓ ତାପମାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଖରାଛୁଟି ନେଇ ସମ୍ପୂର୍ଣ୍ଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଚୂଡ଼ାନ୍ତ ବିଚାର କରିବେ ଏବଂ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।