ଭୁବନେଶ୍ବର, ୩୧/୦୫: ୨ ବର୍ଷ ସରକାରର କ’ଣ ରହିଛି ଉପଲବ୍ଧି । ରାଜ୍ୟ ବିଜେପି ସଭାପତିଙ୍କୁ ତଥ୍ୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମନମୋହନ ସାମଲ ରିପୋର୍ଟ ପ୍ରଦାନ କରିବେ  । ସେ କହିଛନ୍ତି ରାଜ୍ୟ ସରକାରକୁ ଦୁଇ ପୁର୍ତ୍ତି କାର୍ଯ୍ୟକ୍ରମକୁ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଛନ୍ତି । ତାରିଖ ଧାର୍ଯ୍ୟ ହେଲେ ପିଏମଙ୍କ ଗସ୍ତ ବିବରଣୀ ଜଣାପଡିବ ।

ସେପଟେ, ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ କ’ଣ ଉପଲବ୍ଧି କରିଛନ୍ତି ସେ ନେଇ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଂଚାୟତ ଠାରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏନେଇ ଚିଠା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର କାର୍ଯ୍ୟକ୍ରମ ଘୋଷଣା ହେବ ବୋଲି ମନମୋହନ ସାମଲ କହିଛନ୍ତି ।

ଅଧିକ ପଢ଼ନ୍ତୁ- Mahanadi Water Disputes: ଖୁବ୍‌ଶୀଘ୍ର ତୁଟିବ ମହାନଦୀ ଜଳ କଳି, ୧୫ ପ୍ରସଙ୍ଗ ମଧ୍ୟରୁ ୧୨ରେ ସହମତି, ଜୁନ୍ ୬ରେ ପରବର୍ତ୍ତୀ ଶୁଣାଣି​​​​​​​