ପ୍ରମୂଖ ଖବର
  • ‘ଭାରତ ଡେଡ୍ ଇକୋନୋମି ନୁହେଁ, ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା’
  • ||
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ପିଏମ ମୋଦୀଙ୍କ ମାସିକ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରୁ ଆୟ ୩୪ କୋଟି ଟପିଲା, ସୂଚନା ଦେଲେ ସରକାର

Published By : Tapas Panda | August 8, 2025 6:05 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ମାସରେ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ରେ ଦେଶବାସୀଙ୍କ ସହ କଥା ହୁଅନ୍ତି । ସେ ଜନସାଧାରଣଙ୍କ ସହ ଜଡିତ ସମସ୍ୟା ଉପରେ ଆଲୋଚନା କରନ୍ତି। ଦେଶର ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସହିତ ଯୋଗାଯୋଗ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏବେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । 

ଏକ ପ୍ରଶ୍ନର ଉତ୍ତରରେ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ଶୁକ୍ରବାର ରାଜ୍ୟସଭାରେ କହିଛନ୍ତି ଯେ, ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ଆରମ୍ଭ ହେବା ପରଠାରୁ ୩୪.୧୩ କୋଟି ଟଙ୍କା ଆୟ ହୋଇଛି । ଅଲ୍ ଇଣ୍ଡିଆ ରେଡିଓ କୌଣସି ଅତିରିକ୍ତ ଖର୍ଚ୍ଚ ବିନା 'ମନ କି ବାତ୍' କାର୍ଯ୍ୟକ୍ରମ ପ୍ରସ୍ତୁତ କରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ପାରମ୍ପରିକ ଏବଂ ଡିଜିଟାଲ୍ ଉଭୟ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚେ । 

ମନ କି ବାତ୍ କାର୍ଯ୍ୟକ୍ରମର ପ୍ରଥମ ପ୍ରସାରଣ ୩ ଅକ୍ଟୋବର ୨୦୧୪ ରେ ହୋଇଥିଲା। ମନ୍ତ୍ରୀ କହିଛନ୍ତି ଯେ, ଏକ ବଡ଼ ବର୍ଗର ଲୋକ ଅଲ୍ ଇଣ୍ଡିଆ ରେଡିଓ ନେଟୱାର୍କରୁ ଏହି କାର୍ଯ୍ୟକ୍ରମ ଶୁଣନ୍ତି। ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରିତ ହୁଏ । ଯାହା ଦ୍ଵାରା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଏହା ପହଞ୍ଚିପାରେ ।  ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଜାତୀୟ ଏବଂ ଆଞ୍ଚଳିକ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହୁଏ । 

ଏହା ବ୍ୟତୀତ, ଏହା ଡିଡି ଫ୍ରି ଡିଶ, ୪୮ଟି ଆକାଶବାଣୀ ରେଡିଓ ଚ୍ୟାନେଲ ଏବଂ  ୯୨ଟି ଘରୋଇ ଟିଭି ଚ୍ୟାନେଲରେ ମଧ୍ୟ ପ୍ରସାରିତ ହୁଏ । ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ମନ କି ବାତର ଦୃଶ୍ୟ ଫର୍ମାଟ୍ ଦର୍ଶକଙ୍କୁ ସଂଯୋଗ କରିବାରେ ଏବଂ ସେମାନଙ୍କୁ ସାମୂହିକ ଭାବରେ ଆଲୋଚନା କରିବାର ସୁଯୋଗ ଦେବାରେ ସାହାଯ୍ୟ କରିଛି । ଏହି କାର୍ଯ୍ୟକ୍ରମ ପିଏମ୍ଓ ଇଣ୍ଡିଆ, ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ଏବଂ ପ୍ରସାର ଭାରତୀର ୟୁଟ୍ୟୁବ୍ ଚ୍ୟାନେଲ ଓ ନ୍ୟୁଜଅନଏଆର୍ ମୋବାଇଲ୍ ଆପରେ ମଧ୍ୟ ପ୍ରସାରିତ ହୁଏ । 

ନ୍ୟୁଜଅନଏୟାର ମୋବାଇଲ ଆପରେ ୨୬୦ରୁ ଅଧିକ ରେଡିଓ ଚ୍ୟାନେଲ ଉପଲବ୍ଧ। 'ମନ କି ବାତ' କାର୍ଯ୍ୟକ୍ରମ ପ୍ରସାର ଭାରତୀର ନ୍ୟୁଜ୍ ଫିଡ୍ ସେବାରେ ମଧ୍ୟ ଉପଲବ୍ଧ। ଏହା ବ୍ୟତୀତ, ଏହି କାର୍ଯ୍ୟକ୍ରମକୁ ଦେଶ ଏବଂ ବିଶ୍ୱର ଦର୍ଶକମାନେ ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଶୁଣନ୍ତି ଏବଂ ଦେଖନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.