ଭୁବନେଶ୍ବର,୧୭।୧୨ : ମନୋଜ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଶ୍ରୀ ସାହୁ ଡେପୁଟୀ ନିର୍ବାଚନ କମିଶନର ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ଏଜିଏମୟୁଟି କ୍ୟାଡ଼ରର ୨୦୦୬ ବ୍ୟାଚ୍ ଆଇଏଏସ୍ ଅଫିସର ମନୋଜ କୁମାର ସାହୁଙ୍କ ଘର ଜଗତସିଂହପୁରର ବାଲିକୁଦା ବ୍ଲକରେ । ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୭ ବ୍ୟାଚର ବରିଷ୍ଠ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ରାଜ୍ୟ ସରକାର ଏସସି-ଏସଟି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗର ବିକାଶ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏଥି ସହ ସେ ସାମାଜିକ ସୁରକ୍ଷା ଏବଂ ଭିନ୍ନ କ୍ଷମ ସଶକ୍ତିକରଣ, ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ବିଷ୍ଣୁପଦଙ୍ ଦାୟିତ୍ବରୁ ହଟାଇବା ପରେ ତାଙ୍କ ସ୍ଥାନରେ ସଞ୍ଜୀବଙ୍କୁ ନିଯୁକ୍ତ କରାଯାଇଛି ।