ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବିବିସି କ୍ରୀଡ଼ା ପୁରସ୍କାର, ଅଲିମ୍ପିଆନ ସୁଟର ମନୁ ଭାକରଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ ସମ୍ମାନ

Published By : Prameya | February 18, 2025 10:24 AM

ନୂଆଦିଲ୍ଲୀ, ୧୮/୦୨: ବିବିସି ଭାରତୀୟ ମହିଳା କ୍ରୀଡ଼ା  ପୁରସ୍କାର ପ୍ରଦାନ ଉତ୍ସବ-୨୦୨୪ ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି। ଅଲିମ୍ପିଆନ ସୁଟର ମନୁ ଭାକର ବର୍ଷର  ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ ଭାବେ ପୁରସ୍କୃତ  ହୋଇଛନ୍ତି । ସେମିତି ପାରା କ୍ରୀଡ଼ାରେ ଅବନୀ ଲେଖରା ଶ୍ରେଷ୍ଠ କ୍ରୀଡ଼ାବିତ  ହେବାର ଗୌରବ ଲାଭ କରିଛନ୍ତି । 

ମନୁ ପ୍ୟାରିସ ଅଲିମ୍ପିକ୍ସରେ ଡବଲ  ପଦକ ଜିତି ଦେଶ ପାଇଁ ଇତିହାସ  ରଚିଥିଲେ । ଭାରତର ପ୍ରଥମ ମହିଳା  ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ  ଜିତିଥିଲେ । ସେ ୨୦୨୧ରେ ଉଦୀୟମାନ  କ୍ରୀଡ଼ାବିତ ପୁରସ୍କାର ଜିତିଥିଲେ । ଅବନୀ ୨୦୨୦ ପାରା ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଏବଂ  ୨୦୨୪ରେ ସ୍ୱର୍ଣ୍ଣ ଜିତିଥିଲେ । ପ୍ରଥମ  ଭାରତୀୟ ପାରା ମହିଳା ସୁଟର ଭାବେ ସେ  ଅଲିମ୍ପିକ୍ସରେ ୩ଟି ପଦକ ଜିତିଛନ୍ତି । ପାରା ତୀରନ୍ଦାଜ ଶୀତଲ ଦେବୀ  ଉଦୀୟମାନ କ୍ରୀଡ଼ାବିତ ଏବଂ ମହିଳା  କ୍ରିକେଟର ମିଥାଲୀ ରାଜ ଲାଇଫ୍‌ ଟାଇମ ପୁରସ୍କାର ପାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.