ନୂଆଦିଲ୍ଲୀ,୧୮/୧୧; ମାଓସଂଗଠନକୁ ବଡ଼ ଝଟକା । ଆନ୍ଧ୍ର ପ୍ରଦେଶ- ଛତିଶଗଡ ସୀମାରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ପୁଲିସକୁ ବଡ଼ ସଫଳତା ମିଳିଛି । ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ୬ ମାଓବାଦୀ ନିହତ ହୋଇଛନ୍ତି । ଟଳିଛି କୋଟିଏ ଟଙ୍କିଆ ମୁଣ୍ଡ । ମୋଷ୍ଟ ୱାଣ୍ଡେଡ୍ ମାଓନେତା ହିଡ଼ମା ସହ ୬ ନକ୍ସଲ ନିହତ ହୋଇଛନ୍ତି । ଏନକାଉଣ୍ଚରରେ ହିଡମାର ସ୍ତ୍ରୀ ରାଜେର ମୃତ୍ୟୁ ହୋଇଥିଲା ସୂଚନା ମିଳିଛି । କମ୍ବିଂ ଅପରେସନ୍ ଜାରି ରହିଛି ।
ଆଜି ସକାଳୁ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି । ପୁଲିସ୍ ଗୁଳିରେ ମାଓ ନେତା ମାଡଭି ହିଡମା ଓ ତାର ପତ୍ନୀ ସମେତ ୬ଜଣ ମାଓବାଦୀ ନିହତ ହୋଇଥିବା ଆନ୍ଧ୍ର ପ୍ରଦେଶ ପୁଲିସ୍ ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି । ଏବେ ମଧ୍ୟ କମ୍ବିଂ ଅପରେସନ ଚାଲିଛି । ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କ ଉପରେ ୨୬ ଥର ଆକ୍ରମଣର ନେତୃତ୍ୱ ନେଇଥିଲା ମାଓନେତା ମାଡଭି ହିଡମା । ମାଓବାଦୀ ଏବଂ ଆନ୍ଧ୍ର ପ୍ରଦେଶ ପୁଲିସ ମଧ୍ୟରେ ଏହି ଏନକାଉଣ୍ଟର ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନାର ତ୍ରି-ସଂଯୋଗ ନିକଟସ୍ଥ ମାରେଡୁମିଲ୍ଲୀ ଜଙ୍ଗଲରେ ହୋଇଥିଲା ।
ବିଶେଷ ସୁତ୍ରରୁ ମିଳିଥିଲା ସୂଚନା ଅନୁସାରେ, ମୋଷ୍ଟ ୱାଣ୍ଡେଡ୍ ମାଓନେତା ହିଡ଼ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚ ପଦାଧିକାରୀଙ୍କ ସହ କଥା ହୋଇଛନ୍ତି। ହିଡମାଙ୍କୁ ଗିରଫ କରିବା ପାଇଁ ସେନା ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟସୀମା ନଭେମ୍ବର ୩୦, ୨୦୨୫ ପୂର୍ବରୁ ହିଁ ନିପାତ କରାଯାଇଛି । ସୁରକ୍ଷା ବାହିନୀ ଉପରେ ସଶସ୍ତ୍ର ଆକ୍ରମଣର ବିଭିନ୍ନ ମାମଲାରେ ୱାଣ୍ଟେଡ୍ ଥିବା ପ୍ରମୁଖ ନକ୍ସଲ କ୍ୟାଡର ମାଣ୍ଡଭି ହିଡମା ନେତୃତ୍ୱ ନେଇଥିଲା ।
Union Home Minister Amit Shah speaks to top officials after the neutralisation of Mandvi Hidma, one of the top Naxal cadres wanted in various cases of armed attack on security forces. Hidma was eliminated even before the November 30, 2025, deadline set by the forces for his… pic.twitter.com/3CKA7Ttf5B
— ANI (@ANI) November 18, 2025
ମାଡଭି ହିଡମାର ବୟସ ୪୩ ବର୍ଷ । ସେ ଗତ ଦୁଇ ଦଶନ୍ଧି ଧରି ସୁରକ୍ଷାବାହିନୀ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ହିଡମା । ସେ କେବଳ PLGA (ପିପୁଲ୍ସ ଲିବରେସନ ଗୁରିଲା ଆର୍ମି)ର ବାଟାଲିୟନ ନମ୍ବର ୧ର ନେତୃତ୍ୱ ନେଇଥିଲେ ନାହିଁ ବରଂ ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟିର ସବୁଠାରୁ ଯୁବ ସଦସ୍ୟ ମଧ୍ୟ ଥିଲା । ସୁକମା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହିଡମା । ୧୯୮୧ ମସିହାରେ ଛତିଶଗଡ଼ର ସୁକମା ଜିଲ୍ଲାର ପୂର୍ବର୍ତି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲା । ବହୁତ କମ୍ ବୟସରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲେ ଏବଂ ଜଣେ କମାଣ୍ଡର ହୋଇଥିଲେ । ୨୦୧୩ ମସିହାରେ ଛତିଶଗଡ଼ର ଦରଭା ଉପତ୍ୟକା ହତ୍ୟାକାଣ୍ଡର ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ, ଯେଉଁଥିରେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ୨୭ ଜଣ ପ୍ରାଣ ହରାଇଥିଲେ ।