ମାଲକାନଗିରି, ୧୩/୨ (ଆପ୍ର ): ମାଲକାନଗିରି ଜିଲ୍ଲା ପଡିଆ ଥାନାସ୍ଥ ଶିଲାକୋଟା ଜଙ୍ଗଲରେ ବିଏସଏଫ ଯବାନଙ୍କ ପକ୍ଷରୁ ମାଓବାଦୀ ଡମ୍ପ ଠାବ କରାଯାଇଛି।  ବିଏସଏଫ ଯବାନ ଙ୍କ ଦ୍ୱାରା ବନ୍ଧୁକ ବିପୁଳ ପରିମାଣ ମାଓସାମଗ୍ରୀ ଜବତ କରା ଯାଇଛି।         ମାଓଗଡ଼ ଭାବେ ପରିଚିତ ଶିଲାକୋଟା ଜଙ୍ଗଲ ମଧ୍ୟରେ ଏକାଧିକ ମାଓବାଦୀ ଡମ୍ପିଂ, ଚାରିଟି ବିଭିନ୍ନ ସ୍ଥାନରେ  ପଥର ଗୁମ୍ଫା ତଳେ ଏବଂ ଯାଆଁଳା ଗଛ ତଳେ ଏହି ଡମ୍ପ ମିଳିଥିଲା।  

ଏହି ଡମ୍ପିଂ ମଧ୍ୟରେ ଏସବିଏମଏଲ ବନ୍ଧୁକ, ବୋମା, ବିସ୍ପୋରକ ଦ୍ରବ୍ୟ ସହିତ ଅନ୍ୟାନ ମାଓ ସାମଗ୍ରୀ ଜବତ ହୋଇଛି। ୩ଟି ବନ୍ଧୁକ,୫ କେଜି ଡିଟୋନେଟର , ପ୍ରେସର କୁକର ବମ,  ଟିଫିନ୍ ବମ ସହିତ ଅନ୍ୟାନ ମାଓସାମଗ୍ରୀ ଜବତ ହୋଇଛି । ଏହା ଦ୍ୱାରା ମାଓବାଦୀ ଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନାକୁ ଭଣ୍ଡୁର କରିଦିଆ ଯାଇଛି।