ମାଲକାନଗିରି,୦୫/୦୨: ଲାଲ୍ ସଂଗଠନକୁ ଜୋରଦାର ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଟପ୍ ମାଓ କମାଣ୍ଡର ଉଧମ ସିଂହ ନିହତ ହୋଇଥିବା ଜଣାପଡିଛି । ଏଥିସହ ଘଟଣାସ୍ଥଳରୁ ଅତ୍ୟାଧୁନିକ AK-47 ବନ୍ଧୁକ ଜବତ ହୋଇଛି। ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ଆହୁରି ପଢନ୍ତୁ-ଘୁଞ୍ଚି ଚାଲିଛି ବୋର୍ଡ ଓ ନିଗମ ଘୋଷଣା, ମନ ମାରି ବସିଛନ୍ତି ମାଳମାଳ ଆଶାୟୀ: ମୁଣ୍ଡ ଉପରେ ପଞ୍ଚାୟତ ପରୀକ୍ଷା

ସୂଚନା ଅନୁଯାୟୀ, ଛତିଶଗଡ଼ ବିଜାପୁର ପେଡ୍ଡାଗାଲୁର ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପେୁଲିସ, ଡିଆରଜି ଓ ସିଆରପିଏଫ୍ ବାହିନୀର କୋବ୍ରା ବାଟାଲିୟନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲକୁ କିଛି ବାଟ ଯିବା ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାବାହିନୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ନକ୍ସଲ କମାଣ୍ଡର ନିହତ ହୋଇଛି । ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷା ବାହିନୀ।