ରାଉରକେଲା,୭।୮: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ  ରେଲାପରାଲ ଅଞ୍ଚଳରେ ଆଜି ସକାଳେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଗୁଳିରେ ମାଓବାଦୀ ଜୋନାଲ କମାଣ୍ଡର ଅପଟନ ଓରଫ ଅମିତ୍ ହାଁସଦା ନିହତ ହୋଇଛି। ମୃତଦେହ ନିକଟରୁ ଏକ ଏସଏଲ୍ଆର ବନ୍ଧୁକ ମିଳିଛି। 
ସୂଚନା ମୁତାବକ, ଅପଟନ ନିଜ ଗ୍ରୁପ ସହ ରେଲାପରାଲ ଅଞ୍ଚଳକୁ ଆସିଥିବା ଯବାନମାନେ ଜାଣିବାକୁ ପାଇଥିଲେ। ତେଣୁ ଶନିବାର ରାତିରୁ ସେହି ଅଞ୍ଚଳକୁ ଯବାନମାନେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ରବିବାର ସକାଳେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ମାଓବାଦୀ ଯବାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚଳାଇବାରୁ ଅପଟନର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଅନ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇ ଚମ୍ପଟ ମାରିଛନ୍ତି। ମୃତ ଜୋନାଲ କମାଣ୍ଡର ଅପଟନ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।