ମାଲକାନଗିରି, ୧୫/୭(ଆପ୍ର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା ପୁଲିସ ଏବଂ ସିଆରପିଏଫ ୧୮୫ ବାଟାଲିୟନର ମିଳିତ ମାଓ ଦମନ ଅଭିଯାନ ବେଳେ ବଡ଼ ସଫଳତା ମିଳିଛି। ନକ୍ସଲ ମାନେ ମାଟି ତଳେ ଲୁଚାଇ ରଖିଥିବା ମାଓ ଡମ୍ପ ଠାବ ହୋଇଛି। ସର୍ଚ୍ଚ ଅପରେସନରେ ୪ଟି ଭରମାର ବନ୍ଧୁକ ଜବତ କରିଛନ୍ତି ସୁରକ୍ଷାବାହିନୀ।
ସୁକୁମା ଜିଲ୍ଲା ଜାଗରଗୁଣ୍ଡା ଥାନା ଅନ୍ତର୍ଗତ ଟେକେଗୁଡେମ ଅଞ୍ଚଳର ପୁରସମ୍ପାରା ଜଙ୍ଗଲରେ ମାଓବାଦୀ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଅଞ୍ଚଳରେ ତଲାସୀ ଅଭିଯାନ କରଯାଇଥିଲା। ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାକୁ ସୁନିଶ୍ଚିତ କରିଛନ୍ତି ସୁକୁମା ଏସପି କିରଣ ଚୌହାନ।