ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦ୍ବିତୀୟ ଭାରତୀୟ ଲାଇଟହାଉସ୍ ମହୋତ୍ସବ : ସାମୁଦ୍ରିକ ପ୍ରକଳ୍ପ ଲୋକାର୍ପିତ

Published By : Suraj Kumar | October 20, 2024 11:08 PM

ପୁରୀ, ୨୦।୧୦ : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ପୁରୀଠାରେ ୨ୟ ଇଣ୍ଡିଆ ଲାଇଟ ହାଉସ୍ ଫେଷ୍ଟିଭାଲ ଅବସରରେ ପ୍ରମୁଖ ସାମୁଦ୍ରିକ ପ୍ରକଳ୍ପଗୁଡିକୁ ଲୋକାର୍ପଣ କରିଛନ୍ତି।  ଉଦଯାପନୀ ଅଧିବେଶରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଘୋଷାଣା କରିଥିଲେ ଯେ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଲାଇଟହାଉସର ଆଖପାଖ ଉପକୂଳବର୍ତ୍ତି ଅଞ୍ଚଳକୁ ସଶକ୍ତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏହାଦ୍ବାର ଭାରତ ସାମୁଦ୍ରିକ କ୍ଷେତ୍ରରେ ସମୃଦ୍ଧ ଐତିହ୍ୟ ଲାଇଟହାଉସଗୁଡିକର ସଂରକ୍ଷଣ ଏବଂ ପ୍ରୋତ୍ସାହନ  ମିଳିପାରିବ। 

କେନ୍ଦ୍ର ମନ୍ତ୍ରୀ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ୨ଟି ନୂତନ ଲାଇଟ୍ ହାଉସ ନିର୍ମାଣ ପାଇଁ ମଧ୍ୟ ଘୋଷଣା କରିଥିଲେ। ଗୋଟିଏ ବାଲେଶ୍ବର ଜିଲ୍ଲାର ନାରାୟଣପୁରସ୍ଥିତ ଚୌମୁକଠାରେ ଏବଂ ଅନ୍ୟଟି ଭଦ୍ରକ ଜିଲ୍ଲାର ଧାମରାଠାରେ ଆଜି ଇଣ୍ଡିଆନ ଲାଇଟ ହାଉସ । ଫେଷ୍ଟିଭାଲର ୨ୟ ସଂସ୍କରଣର ସମାପନ ଅବସର‌ରେ  ମୁଖ୍ୟମନ୍ତ୍ରୀ ମୋହନ ଚରର ମାଝୀ କେନ୍ଦ୍ରମନ୍ତ୍ରୀ ସୋନଓ୍ବାଲଙ୍କ ସହ ଯୋଗ ଦେଇଥିଲେ।

ଗୁଜରାଟର ଜାମନଗରରେ ନ୍ୟୁ କଲଓ୍ବାନ ରିଫ ଲାଇଟହାଉସ ସହିତ ଓଡିଶାର ପାରାଦୀପ ବନ୍ଦରରେ ଦୁଇଟି ପ୍ରକଳ୍ପ-ଷ୍ଟାକର-କମ୍-ରିକ୍ଲେମେସନ ଏବଂ ଗୋଟିଏ ଫ୍ଲାଇଓଭର ବ୍ରିଜ ଉଦଘାଟିତ ହୋଇଥିଲା। ଏହି ଅବସରରେ ବାଲୁକା କଳା ପ୍ରତିଯୋଗିତା, ନୌକା କଳା ପ୍ରତିଯୋଗିତା, ବେଳାଭୂମି ଦୌଡ, ବେଳାଭୂମି ଯୋଗ ଏବଂ ଅନ୍ୟାନ୍ୟ ଅନେକ କାର୍ଯ୍ୟକଳାପକୁ  କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.