ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି

Published By : Prameya | March 14, 2025 8:50 AM

ଓଟାୱା,୧୪/୦୩: ଆଜି ମାର୍କ କାର୍ଣ୍ଣି କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନରେ  ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ଭାରତୀୟ  ସମୟ ରାତି ୮ଟା ୩୦ରେ ରାଜଧାନୀ ଓଟାୱାସ୍ଥିତ ରିଡ୍ୟୁ ହଲ୍‌ର ବଲ୍‌ରୁମ୍‌ରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କାର୍ଣ୍ଣିଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ  ନେବେ । 

ଗତ ୯ ତାରିଖରେ କାର୍ଣ୍ଣିଙ୍କୁ ଲିବେରାଲ ପାର୍ଟିର ନେତା ନିର୍ବାଚିତ କରାଯାଇଥିଲା । ତାଙ୍କୁ ଦଳର  ମୋଟ ଭୋଟରୁ ୮୫.୯ ପ୍ରତିଶତ ଭୋଟ ମିଳିଥିଲା । କାର୍ଣ୍ଣି ଦଳର ନେତା ନିର୍ବାଚିତ ହେବା ପରେ ବିଦାୟୀ  ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ସାକ୍ଷାତ କରିଥିଲେ । ଉଭୟ  ନେତାଙ୍କ ମଧ୍ୟରେ କ୍ଷମତା ହସ୍ତାନ୍ତର ନେଇ ଆଲୋଚନା  ହୋଇଥିଲା । ଗତ ଜାନୁଆରୀରେ ଟ୍ରୁଡୋ ପ୍ରଧାନମନ୍ତ୍ରୀ  ପଦ ଛାଡିବାକୁ ଘୋଷଣା କରିଥିଲେ । ଶୁକ୍ରବାର ଟ୍ରୁଡୋ ଗଭର୍ଣ୍ଣର ଜେନରାଲଙ୍କୁ ଭେଟି  ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.