ନୂଆଦିଲ୍ଲୀ,୦୩/୦୪: ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚକୁ ନଜର ରଖି କାର୍‌ ନିର୍ମାତା ମାରୁତି ସୁଜୁକି ଏହାର ବିଭିନ୍ନ ମଡେଲ୍‌ ଦରରେ ବୃଦ୍ଧି ଘୋଷଣା କରିଛି । ଏପ୍ରିଲ ୮ରୁ କାର୍‌ଗୁଡ଼ିକର ଦର ବଢ଼ିବ । 

ମାର୍ଚ୍ଚ ୧୭ରେ କମ୍ପାନି ଘୋଷଣା  କରିଥିଲା ଯେ, ୨୦୨୫ ଏପ୍ରିଲରୁ ଏହାର  ଗାଡ଼ିଗୁଡ଼ିକର ଦର ୪% ପର୍ଯ୍ୟନ୍ତ ମହଙ୍ଗା ହେବ । ଚଳିତବର୍ଷ ଜାନୁଆରୀରେ ବି  କମ୍ପାନି ସମାନ ମାତ୍ରାରେ ବୃଦ୍ଧିକୁ ଲାଗୁ  କରିଥିଲା । ଫେବ୍ରୁଆରୀରେ ମଧ୍ୟ କମ୍ପାନି  ଏହାର ନିର୍ଦ୍ଧିଷ୍ଟ ମଡେଲ ଦରରେ ୧୫୦୦ରୁ  ୩୨,୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।  ବର୍ତ୍ତମାନର ଏହି ବୃଦ୍ଧି ଫଳରେ ମାରୁତି  ସୁଜୁକି ଗ୍ରାଣ୍ଡ୍‌ ଭିଟାରା ସବୁଠାରୁ ଅଧିକ ୬୨,୦୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ । ଇକୋ ୨୨,୫୦୦ ଟଙ୍କା ପର୍ଯ୍ୟନ୍ତ, ୱାଗନ୍‌- ଆର୍‌ ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ, ଆର୍ଟିଗା ୧୨,୫୦୦ ଟଙ୍କା ପର୍ଯ୍ୟନ୍ତ, ଏକ୍ସଏଲ୍‌୬  ୧୨,୫୦୦ ଟଙ୍କା ପର୍ଯ୍ୟନ୍ତ, ଡିଜାୟାର୍‌ ଟୁର୍‌  ଏସ୍‌ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଫ୍ରଙ୍କ୍‌ସ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ।