ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

‘ଛାଡ଼ପତ୍ର ହୋଇସାରିଛି, ଆଉ କାହା ସହ ସଂପର୍କ ନାହିଁ’; ସ୍ପଷ୍ଟ କଲେ ମେରି କମ୍‌

Published By : Tapas Panda | April 30, 2025 6:38 PM

 ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ବକ୍ସର ମେରି କମ୍‌ ସତ ଉପରୁ ପରଦା ଉଠାଇଛନ୍ତି । ତାଙ୍କର ଛାଡ଼ପତ୍ର ହୋଇଥିବା ନେଇ ବିଭିନ୍ନ ଖବର ପ୍ରକାଶ ପାଇଥିଲା । ଏପରିକି ମେରି କମ୍‌ଙ୍କ ପରକୀୟା ପ୍ରୀତିକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଏସବୁ ଚର୍ଚ୍ଚା ଭିତରେ ମେରି କମ୍‌ ନିଜ ଓକିଲଙ୍କ ଜରିଆରେ ଆନୁଷ୍ଠାନିକ ବିବୃତ୍ତି ଜାରି କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ସେ ତାଙ୍କ ସ୍ବାମୀ କାରୁଙ୍ଗ ଓଙ୍କୋଲରଙ୍କୁ ପ୍ରାୟ ଦୁଇ ବର୍ଷ ହେଲା ଛାଡ଼ପତ୍ର ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଡିସେମ୍ବର ୨୦, ୨୦୨୩ରେ ଉଭୟଙ୍କ ମଧ୍ୟରେ ଆଇନଗତ ଭାବେ ଛାଡ଼ପତ୍ର ହୋଇ ସାରିଛି ଏବଂ ତାଙ୍କର ବ୍ୟବସାୟ ସହଯୋଗୀ ହିତେଶ ଚୌଧୁୀରଙ୍କ ସହ କୌଣସି ସଂପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଖୋଦ ମେରି କମ୍‌ । ସେପଟେ ସ୍ବାମୀ ଓଙ୍କୋଲର ଏବଂ ତାଙ୍କ ମଧ୍ୟରେ ଆପୋଷ ବୁଝମଣା ଜରିଆରେ ଛାଡ଼ପତ୍ର ହୋଇଥିବା ମେରି କମ୍‌ କହିଛନ୍ତି । 

ମେରି କମ୍‌ଙ୍କ ଓକିଲ ରଜତ ମାଥୁରଙ୍କ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ମେରି କମ୍‌ ଏବଂ ଓଙ୍କୋଲର ଆଉ ପତି ପତ୍ନୀ ନୁହଁନ୍ତି ।  ଡିସେମ୍ବର୨୦, ୨୦୨୩ରେ ଉଭୟ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ କମ୍‌ କଷ୍ଟମ୍‌ରୀ ଆଇନ ଅନୁଯାୟୀ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇଛି । ଚଳିତ ମାସ ଆରମ୍ଭରେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ମେରି କମ୍‌ ଏବଂ ତାଙ୍କ ସ୍ୱାମୀ କାରୁଙ୍ଗ ଓଙ୍କୋଲର ଅଲଗା ହୋଇଯାଇଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ଛାଡପତ୍ର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଏହି ବିବୃତ୍ତି ଜରିଆରେ ହିତେଶ ଚୌଧୁରୀଙ୍କ ସହ ସଂପର୍କ ଥିବା ଗୁଜବକୁ ଖଣ୍ଡନ କରିଛନ୍ତି ମେରି କମ୍‌ ।

ମେରି କମ୍ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ବିବୃତ୍ତି ସେୟାର କରିଛନ୍ତି ।  ଅନ୍ୟ ଜଣେ ବକ୍ସରଙ୍କ ସ୍ୱାମୀଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଉଠିଥିବା ଗୁଜବକୁ ମଧ୍ୟ ସେ ଅସ୍ବୀକାର କରିଛନ୍ତି । ସେ ଗଣମାଧ୍ୟମକୁ ତାଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନକରିବାକୁ ଏବଂ ତାଙ୍କ ସମ୍ପର୍କ ବିଷୟରେ ଆଉ କୌଣସି ଆନୁମାନିକ ଖବର ପ୍ରକାଶ ନକରିବାକୁ ଅନୁରୋଧ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.