ନୂଆଦିଲ୍ଲୀ,୧୧/୦୪: ବିଶ୍ୱ ଚାମ୍ପିଅନ ତଥା ଅଲିମ୍ପିକ୍ସ ପଦକ ବିଜେତା ମହିଳା ବକ୍ସର ଏମ୍ସି ମେରିକମଙ୍କ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି । ତାଙ୍କ ସଫଳତାର ପଶ୍ଚାତରେ ସ୍ତମ୍ଭ ଭଳି ଛିଡ଼ା ହୋଇଥିବା ପତି କରୁଙ୍ଗ ଓନଖୋଲେରଙ୍କ ଠାରୁ ସେ ଛାଡ଼ପତ୍ର ନେବାକୁ ଚାହୁଛନ୍ତି ବୋଲି ଖବର ପ୍ରକାଶ ପାଇଛି । କିନ୍ତୁ ଏନେଇ ଉଭୟଙ୍କ ପକ୍ଷରୁ କିଛି ସୂଚନା ଗଣମାଧ୍ୟମକୁ ଦିଆଯାଇନି । ସେମାନେ ଛାଡ଼ପତ୍ର ନେଇ କୋର୍ଟର ଦ୍ୱାରସ୍ଥ ହୋଇ ନାହାନ୍ତି ।
ସୂଚନା ଅନୁସାରେ, ଅର୍ଥକୁ ନେଇ ପାରିବାରିକ ଝଡ଼ ସୃଷ୍ଟି ହୋଇଛି । ତେଣୁ ପତି-ପତ୍ନୀ ଅଲଗା ରହୁଛନ୍ତି । ମେରିକମ୍ ପିଲାମାନଙ୍କୁ ନେଇ ଫରିଦାବାଦରେ ରହୁଥିବାବେଳେ ଓନଖୋଲେର ଦିଲ୍ଲୀରେ ରହୁଛନ୍ତି ।
୨୦୨୨ ଆସାମ ନିର୍ବାଚନରେ ଓନଖୋଲେର ପ୍ରାର୍ଥୀ ହୋଇଥିଲେ । ୨ରୁ ୩ କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ କରିଥିଲେ । କିନ୍ତୁ ସେ ବିଜୟୀ ହୋଇପାରି ନଥିଲେ । ଯାହାକୁ ନେଇ ମେରିକମ୍ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଉଭୟ ଅଲଗା ରହୁଛି । ଦୁହିଁଙ୍କ ବିବାହକୁ ଦୁଇ ଦଶନ୍ଧି ବିତିଗଲାଣି । ମେରିକମ୍ ନିଜ ବ୍ୟବସାୟୀ ସହଯୋଗୀଙ୍କ ସହ ଡେଟିଂ କରୁଥିବା ଚର୍ଚ୍ଚା ହେଉଛି।