ନୂଆଦିଲ୍ଲୀ,୧୧/୦୪: ବିଶ୍ୱ ଚାମ୍ପିଅନ ତଥା ଅଲିମ୍ପିକ୍ସ ପଦକ ବିଜେତା ମହିଳା ବକ୍ସର ଏମ୍‌ସି ମେରିକମଙ୍କ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି । ତାଙ୍କ ସଫଳତାର ପଶ୍ଚାତରେ ସ୍ତମ୍ଭ ଭଳି ଛିଡ଼ା ହୋଇଥିବା  ପତି କରୁଙ୍ଗ ଓନଖୋଲେରଙ୍କ ଠାରୁ ସେ ଛାଡ଼ପତ୍ର ନେବାକୁ  ଚାହୁଛନ୍ତି ବୋଲି ଖବର ପ୍ରକାଶ ପାଇଛି । କିନ୍ତୁ ଏନେଇ  ଉଭୟଙ୍କ ପକ୍ଷରୁ କିଛି ସୂଚନା ଗଣମାଧ୍ୟମକୁ ଦିଆଯାଇନି । ସେମାନେ ଛାଡ଼ପତ୍ର ନେଇ କୋର୍ଟର ଦ୍ୱାରସ୍ଥ ହୋଇ ନାହାନ୍ତି ।  

ସୂଚନା ଅନୁସାରେ, ଅର୍ଥକୁ ନେଇ ପାରିବାରିକ  ଝଡ଼ ସୃଷ୍ଟି ହୋଇଛି । ତେଣୁ ପତି-ପତ୍ନୀ ଅଲଗା  ରହୁଛନ୍ତି । ମେରିକମ୍‌ ପିଲାମାନଙ୍କୁ ନେଇ ଫରିଦାବାଦରେ  ରହୁଥିବାବେଳେ ଓନଖୋଲେର ଦିଲ୍ଲୀରେ ରହୁଛନ୍ତି । 

୨୦୨୨ ଆସାମ ନିର୍ବାଚନରେ ଓନଖୋଲେର ପ୍ରାର୍ଥୀ  ହୋଇଥିଲେ । ୨ରୁ ୩ କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ  କରିଥିଲେ । କିନ୍ତୁ ସେ ବିଜୟୀ ହୋଇପାରି ନଥିଲେ । ଯାହାକୁ  ନେଇ ମେରିକମ୍‌ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ  ଉଭୟ ଅଲଗା ରହୁଛି । ଦୁହିଁଙ୍କ ବିବାହକୁ ଦୁଇ ଦଶନ୍ଧି  ବିତିଗଲାଣି । ମେରିକମ୍‌ ନିଜ ବ୍ୟବସାୟୀ ସହଯୋଗୀଙ୍କ  ସହ ଡେଟିଂ କରୁଥିବା ଚର୍ଚ୍ଚା ହେଉଛି।