ନୂଆଦିଲ୍ଲୀ,୦୧/୦୩; ମହାରାଷ୍ଟ୍ରର ନାଗପୁରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏସବିଏଲ ଏନର୍ଜି ଲିମିଟେଡରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ଏହି ଭୟଙ୍କର ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ସୂଚନା ନାଗପୁର ପୁଲିସ ଅଧୀକ୍ଷକ ହର୍ଷ ପୋଦ୍ଦାରଙ୍କ ପକ୍ଷରୁ ମିଳିଛି ।
ପୁଲିସ କହିଛି ଯେ, କାଟୋଲ ତହସିଲର ରାଉଲଗାଓଁରେ ଅବସ୍ଥିତ ଖଣି ଏବଂ ଶିଳ୍ପ ଉଦ୍ଦେଶ୍ୟରେ ବିସ୍ଫୋରକ ତିଆରି କରୁଥିବା କମ୍ପାନୀ ଏସବିଏଲ ଏନର୍ଜି ଲିମିଟେଡର କାରଖାନାରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ତୁରନ୍ତ ଆହତମାନଙ୍କୁ ନାଗପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ରବିବାର ସକାଳେ ନାଗପୁର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା କଲମେଶ୍ୱର ତହସିଲର ରାଉଲଗାଓଁ ଗାଁରେ ଏକ ଗୋଳାବାରୁଦ ତିଆରି କମ୍ପାନୀରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଅନ୍ୟ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଅଛନ୍ତି । ସକାଳ ୬ଟା ୪୫ ରେ ଅଣ-ଧାତୁ କ୍ରିମ୍ପିଂ ପ୍ଲାଣ୍ଟ ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଘଟଣା ସମୟରେ ଦୁଇଜଣ ସୁପରଭାଇଜରଙ୍କ ତତ୍ତ୍ୱାବଧାନରେ ପ୍ରାୟ ୩୫ ଜଣ ଶ୍ରମିକ ଉପସ୍ଥିତ ଥିଲେ । ଏହି କମ୍ପାନୀ ଶିଳ୍ପ ବିସ୍ଫୋରକର ଏକ ପ୍ରମୁଖ ନିର୍ମାତା, ଯେଉଁଥିରେ ଖଣି ଏବଂ ଭିତ୍ତିଭୂମି ପ୍ରକଳ୍ପରେ ବ୍ୟବହୃତ ସାମଗ୍ରୀ, ଯେପରିକି ଡେଟୋନେଟର ଏବଂ ବିସ୍ଫୋରକ କାର୍ଟ୍ରିଜ୍ ଏଠାରେ ପ୍ରସ୍ତୁତ କରାଯାଏ ।
ଏହା ବି ପଢନ୍ତୁ...ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ,ଧାନ ବିଲରେ ବିଛାଡି ପଡିଲା ମୃତଦେହ : ୨୦ମୃତ, ୬ ଗୁରୁତର
କହି ରଖୁଛି କି, ଗତକାଲି (ଶନିବାର) ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲାର ଭେଟଲାପଲେମ୍ ଗାଁରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ କାରଖାନାଟି ସମ୍ପୂର୍ଣ୍ଣ ଜଳିଯାଇଛି । ସେଠାରେ କାମ କରୁଥିବା ୨୧ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୧୧ ଗୁରୁତର ଅଛନ୍ତି । ଆହତଙ୍କୁ ନିକଟବର୍ତ୍ତୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଶରୀରର ୯୦ ପ୍ରତିଶତରୁ ଅଧିକ ଅଂଶ ଜଳିଯାଇଥିବା କାକିନାଡ଼ା ସରକାରୀ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ୍ କହିଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୫ କିମି ଯାଏ ଶୁଣାଯାଇଥିଲା ଶବ୍ଦ ।