ନୂଆଦିଲ୍ଲୀ,୪।୪: କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଲିର ଦାଦ୍ରା ଅଞ୍ଚଳରେ ବଡ଼ ଦୁର୍ଘଟଣା। ଏଠାରେ ଇଣ୍ଡଷ୍ଟ୍ରିଆଲ ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।  ଏହି ବଡ଼ ବିସ୍ଫୋରଣରେ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ପ୍ରଶାସନ ଏବଂ ପୋଲିସ ଦଳ ସହିତ ସ୍ଥାନୀୟ ବାସିନ୍ଦା ସହାୟତା ଯୋଗାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। 

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ,ଏହା ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣାର କାରଣ ବର୍ତ୍ତମାନ ତଦନ୍ତାଧୀନ ଅଛି, ଏବଂ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଦାଦ୍ରା ନଗର ହାଭେଲିର କଲେକ୍ଟର ସ୍ପଷ୍ଟ କରିଛନ୍ତି, ଯଦିଓ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବଲସାଡରୁ ଏକ FSL ଟିମକୁ ଡକାଯାଇଛି। ତଦନ୍ତ ପରେ ହିଁ ବିସ୍ଫୋରଣ କିପରି ହେଲା ତାହା ସ୍ପଷ୍ଟ ହେବ।

ରିପୋର୍ଟ ଅନୁଯାୟୀ, ଏକ ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ରିଫିଲିଂ ସମୟରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଗୋଦାମର ଭଗ୍ନାବଶେଷ ରାସ୍ତା ଉପରେ ବିଛାଡ଼ି ଯାଇଥିଲା, ଭୂମିକମ୍ପ ପରି ଏକ କମ୍ପନ ଅନୁଭୂତ ହୋଇଥିଲା ଏବଂ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନିକଟସ୍ଥ ଏକ ସ୍କୁଲର ପିଲାମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ସୁରକ୍ଷା ନିୟମ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରି ଘଟଣାର ଏକ ନିରପେକ୍ଷ ତଦନ୍ତ ଆରମ୍ଭ କରାଯାଇଛି। ପୂର୍ବରୁ ଦାଦ୍ରାର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି।

ଆହୁରି ପଢନ୍ତୁ : ୩୪ ହଜାର କିମି ବେଗରେ ଚନ୍ଦ୍ରକୁ ଯାତ୍ରା କରୁଛି ଓରିଅନ୍, ମହାକାଶରେ ଯାତ୍ରା କରିବ ୪ ଦିନ