ଢେଙ୍କାନାଳ, ୦୮/୦୬ : ଢେଙ୍କାନାଳ ନିହଲ ପ୍ରସାଦ କଷ୍ଟିପାଳ ନିକଟରେ ଥିବା ପଥର ଖଣିରେ ବଡ଼ ବିସ୍ପୋରଣ। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ରବିବାର ସନ୍ଧ୍ୟାରେ ବିସ୍ପୋରଣ ଘଟିଛି। ଗୁରୁତରମାନଙ୍କୁ କଟକର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଢେଙ୍କାନାଳ ନିହଲ ପ୍ରସାଦ କଷ୍ଟିପାଳ ନିକଟରେ ଥିବା ପଥର ଖଣିରେ ବିସ୍ପୋରଣ ବେଳେ ଖଣିରେ ପ୍ରାୟ ୧୫ଜଣ ଶ୍ରମିକ କାମ କରୁଥିଲେ। ବିସ୍ପୋରଣ ପରେ ଉପରୁ ଅତଡା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ମାଇନ୍ସ ମୁଖ୍ୟ ଫାଟକ ବନ୍ଦ କରିଦେଇଛି ପ୍ରଶାସନ । ଦୁର୍ଘଟଣା ସ୍ଥଳରେ ଭୁବନ ଓ ନିହଲ ପ୍ରସାଦ ଥାନା ପୋଲିସ ଜଗି ରହିଛନ୍ତି।
ଆହୁରି ପଢନ୍ତୁ- ଏମିତି ଆମ ସାଇବର ଥାନା, କେସ ଫାଇଲ, ଚାର୍ଜସିଟ୍ ଓ ତଦନ୍ତ ଭୟରେ ପୁଲିସ୍, ଠକାମି ୧ ଲକ୍ଷରୁ କମ୍ ହେଲେ ଶୁଣୁନି
ତାତିରୁ ମିଳିବନି ନିସ୍ତାର, ଆହୁରି ତିନି ଦିନ କଲବଲ କରିବ ଖରା