ନୂଆଦିଲ୍ଲୀ : ଇରାନର ବନ୍ଦର ସହର ବନ୍ଦର ଅବାସରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଓ ଅଗ୍ନିକାଣ୍ଡର ଘଟଣା ଘଟିଛି। ଏହି ବିସ୍ଫୋରଣରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୫୨୬ରେ ପହଞ୍ଚିଛି। ଏହି ସୂଚନା ଇରାନର ରାଷ୍ଟ୍ରୀୟ ଜରୁରୀକାଳୀନ ସେବାର ପ୍ରବକ୍ତା ବାବକ ୟକ୍ତାପେରସ୍ତ ଦେଇଛନ୍ତି। ହେଲେ ଧମାକାର ପାଖାପାଖି ୩ଘଣ୍ଟା ପରେ କୌଣସି ବି ମୃତ୍ୟୁର ଅଫିସିଆଲି ସ୍ପଷ୍ଟ କରାଯାଇ ନାହିଁ । ସେପଟେ , ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହରଦାଦ ହସନଜାହେଦ କହିଛନ୍ତି , ଧମାକା ଖୁବ୍‌ ଭୟଙ୍କର ଥିଲା। ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୫୧୬ରେ ପହଞ୍ଚିଛି। ଆହତଙ୍କ ମଧ୍ୟରେ ଅନେକ ଲୋକଙ୍କୁ ହୋର୍ମୋଜଗାନ ରାଜ୍ୟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ହସନଜାଦେହଙ୍କ ମୁତାବିକ , ଏହି ଧମାକା ରାଜଇ ବନ୍ଦରରେ କଣ୍ଟେନର ଗୁଡ଼ିକର କାରଣରୁ ହୋଇଛି। ସୁରକ୍ଷା ଓ ଉଦ୍ଧାକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି, ଯାହାକି ଅନ୍ୟ ଟିମ୍‌ ଗୁଡ଼ିକ କ୍ଷେତ୍ରକୁ ଖାଲି କରିବାରେ ଲାଗି ପଡ଼ିଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏପି ମୁତାବିକ ସୋସିଆଲ ମିଡ଼ିଆରେ ଘଟଣାର ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓରେ କଳା ଧୂଆଁର ବିଶାଳ ଆସ୍ତରଣ ଆକାଶକୁ ଉଠିବାର ଦେଖା ଯାଉଛି। ରାଜଇ ବନ୍ଦରର ମୁଖ୍ୟ ରୂପେ କଣ୍ଟେନର ଟ୍ରାଫିକ୍‌ କଣ୍ଟ୍ରୋଲ କରିଥାଏ। ସେଠାରେ ତୈଳ ଟ୍ୟାଙ୍କି ପେଟ୍ରୋକେମିକାଲ ୟୁନିଟ୍‌ ଗୁଡ଼ିକ ମଧ୍ୟ ରହିଛି, ଯେଉଁଥିରେ ନିଆଁର ଭୟାବହତାର ବିପଦ ଜାରି ରହିଛି।

ଇରାନୀ ମିଡ଼ିଆର ମୁତାବିକ , ଧମାକା ପରେ ଇରାନର ସୀମା ଶୁଳ୍କ କର୍ତ୍ତୃପକ୍ଷ ସବୁ କଷ୍ଟମ କାର୍ଯ୍ୟାଳୟ ଗୁଡ଼ିକୁ ରପ୍ତାନୀ ଓ ପରିବହନ ପଠାଇବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିଷେଧ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏ ବଳ ବତ୍ତର ରହିବ। ହେଲ ଯେଉଁ ଟ୍ରକ ଗୁଡ଼ିକ ପୂର୍ବରୁ ସୀମା ଶୁଳ୍କର ପ୍ରକ୍ରିୟା ପୂରା କରିସାରିଛନ୍ତି, ସେମାନଙ୍କୁ ବନ୍ଦର ଅଞ୍ଚଳରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି।