ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଇରାନର ବଡ଼ ଧରଣର ବିସ୍ଫୋରଣ , ୪ ମୃତ ଓ ୫୦୦ରୁ ଅଧିକ ଲୋକ ଆହତ

Published By : Prameya | April 26, 2025 6:01 PM

ନୂଆଦିଲ୍ଲୀ : ଇରାନର ବନ୍ଦର ସହର ବନ୍ଦର ଅବାସରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଓ ଅଗ୍ନିକାଣ୍ଡର ଘଟଣା ଘଟିଛି। ଏହି ବିସ୍ଫୋରଣରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୫୨୬ରେ ପହଞ୍ଚିଛି। ଏହି ସୂଚନା ଇରାନର ରାଷ୍ଟ୍ରୀୟ ଜରୁରୀକାଳୀନ ସେବାର ପ୍ରବକ୍ତା ବାବକ ୟକ୍ତାପେରସ୍ତ ଦେଇଛନ୍ତି। ହେଲେ ଧମାକାର ପାଖାପାଖି ୩ଘଣ୍ଟା ପରେ କୌଣସି ବି ମୃତ୍ୟୁର ଅଫିସିଆଲି ସ୍ପଷ୍ଟ କରାଯାଇ ନାହିଁ । ସେପଟେ , ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହରଦାଦ ହସନଜାହେଦ କହିଛନ୍ତି , ଧମାକା ଖୁବ୍‌ ଭୟଙ୍କର ଥିଲା। ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୫୧୬ରେ ପହଞ୍ଚିଛି। ଆହତଙ୍କ ମଧ୍ୟରେ ଅନେକ ଲୋକଙ୍କୁ ହୋର୍ମୋଜଗାନ ରାଜ୍ୟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ହସନଜାଦେହଙ୍କ ମୁତାବିକ , ଏହି ଧମାକା ରାଜଇ ବନ୍ଦରରେ କଣ୍ଟେନର ଗୁଡ଼ିକର କାରଣରୁ ହୋଇଛି। ସୁରକ୍ଷା ଓ ଉଦ୍ଧାକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି, ଯାହାକି ଅନ୍ୟ ଟିମ୍‌ ଗୁଡ଼ିକ କ୍ଷେତ୍ରକୁ ଖାଲି କରିବାରେ ଲାଗି ପଡ଼ିଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏପି ମୁତାବିକ ସୋସିଆଲ ମିଡ଼ିଆରେ ଘଟଣାର ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓରେ କଳା ଧୂଆଁର ବିଶାଳ ଆସ୍ତରଣ ଆକାଶକୁ ଉଠିବାର ଦେଖା ଯାଉଛି। ରାଜଇ ବନ୍ଦରର ମୁଖ୍ୟ ରୂପେ କଣ୍ଟେନର ଟ୍ରାଫିକ୍‌ କଣ୍ଟ୍ରୋଲ କରିଥାଏ। ସେଠାରେ ତୈଳ ଟ୍ୟାଙ୍କି ପେଟ୍ରୋକେମିକାଲ ୟୁନିଟ୍‌ ଗୁଡ଼ିକ ମଧ୍ୟ ରହିଛି, ଯେଉଁଥିରେ ନିଆଁର ଭୟାବହତାର ବିପଦ ଜାରି ରହିଛି।

ଇରାନୀ ମିଡ଼ିଆର ମୁତାବିକ , ଧମାକା ପରେ ଇରାନର ସୀମା ଶୁଳ୍କ କର୍ତ୍ତୃପକ୍ଷ ସବୁ କଷ୍ଟମ କାର୍ଯ୍ୟାଳୟ ଗୁଡ଼ିକୁ ରପ୍ତାନୀ ଓ ପରିବହନ ପଠାଇବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିଷେଧ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏ ବଳ ବତ୍ତର ରହିବ। ହେଲ ଯେଉଁ ଟ୍ରକ ଗୁଡ଼ିକ ପୂର୍ବରୁ ସୀମା ଶୁଳ୍କର ପ୍ରକ୍ରିୟା ପୂରା କରିସାରିଛନ୍ତି, ସେମାନଙ୍କୁ ବନ୍ଦର ଅଞ୍ଚଳରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.