ମୁମ୍ୱାଇ : ଏହି ସମୟରେ ମୁମ୍ୱାଇରୁ ଏକ ବଡ଼ ଖବର ଆସିଛି। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ-୧ ରେ ଗୁରୁବାର ସନ୍ଧ୍ୟାରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର ସୂଚନା ମିଳିବା କ୍ଷଣି ମୁମ୍ୱାଇ ଅଗ୍ନିଶମ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି।

ସମୟ ସନ୍ଧ୍ୟା ପ୍ରାୟ ୭ଟା ୫ରେ ନିଆଁକୁ ପ୍ରଥମ ସ୍ତର (ଲେବଲ-୧)ର ଘୋଷିତ କରାଯାଇ ଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ , ନିଆଁ ଟର୍ମିନାଲ-୧ର ୧ ବି ସର୍କଲ ସ୍ଥିତ ସିସିଟିଭି ସର୍ଭର ରୁମ୍‌ରେ ଲାଗିଥିଲା। ବିଏମସିର ଅଧିକାରୀମାନେ କହିଛନ୍ତି ଯେ, ନିଆଁ ବିଲ୍ଡିଂ ଗ୍ରାଉଣ୍ଡ ଫ୍ଲୋର ଯାଏ ହିଁ ସୀମିତ ରହିଥିଲା ,ଯାହା ଏକ ମହଲା ବିଲ୍ଡିଂ।

ରିପୋର୍ଟ ଅନୁସାରେ , ସର୍ଟ ସର୍କିଟରୁ ଲାଗି ଥିବା ନିଆଁକୁ ଆୟତ୍ତ କରାଯାଇଛି। ନିଆଁ ଲାଗିବା କ୍ଷଣି ଅଗ୍ନିଶମ ବାହିନୀ , ପୁଲିସ ଓ ସୁରକ୍ଷା ବାହିନୀର ଟିମ୍‌ ଗୁଡ଼ିକ ତୁରନ୍ତ ପଦକ୍ଷେପ ନେଇ ନିଆଁକୁ କାବୁ କରିଥିଲେ। ରିପୋର୍ଟ ମୁତାବିକ, ନିଆଁ ବିଲେ ପାର୍ଲେ (ପୂର୍ବ)ସ୍ଥିତ ଟର୍ମିନାଲ -୧ର ତିନି ମହଲା କୋଠାର ଗ୍ରାଉଣ୍ଡ ଫ୍ଲୋରରେ ଲାଗିଥିଲା , ମୁମ୍ୱାଇ ଅଗ୍ନିଶନ ବାହିନୀର ମୁଖ୍ୟ ରବିନ୍ଦ୍ର ଅମ୍ୱୁଲଗେକର କହିଥିଲେ ଯେ, ନିଆଁ ଟର୍ମିନାଲ ଭିତରେ କେବଲ ଟ୍ରେ ଓ ସ୍ୱିଚ୍‌ ବକ୍ସରେ ଲାଗିଥିଲା।

ଉକ୍ତ ଘଟଣାରେ ବିମାନ ବନ୍ଦରରେ ଅନ୍ୟ ପରିଚାଳନା ଉପରେ ଏବେ କୌଣସି ପ୍ରଭାବର ସୂଚନା ମିଳି ନାହିଁ। ଘଟଣାର କାରଣରୁ ଏବେ ଜଣାପଡ଼ି ନାହିଁ , କିନ୍ତୁ ପ୍ରାରମ୍ଭିକ ଯାଞ୍ଚରେ ସର୍ଟ ସର୍କିଟ୍‌ର ସମ୍ଭାବନା ଥିବା କୁହାଯାଉଛି। ଅଗ୍ନିଶମ ବିଭାଗର ଅନେକ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରସୋର କରିଛନ୍ତି।