ଶ୍ରୀନଗର,୧୬/୦୩: ଲସ୍କରକୁ ବଡ ଝଟକା । ପାକିସ୍ତାନ ଆତଙ୍ଗୀ ସଙ୍ଗଠନ ଲସ୍କର ଏ ତୋଏବାର ମୋଷ୍ଟ ୱାଣ୍ଟେଡ ଆତଙ୍ଗୀ ଅବୁ କତାଲ ନିହତ ହୋଇଛି । ହାପିଜ ସଇଦର ଘନିଷ୍ଠ ଥିବା ଆତଙ୍କୀ ଅବୁ କତାଲକୁ ଶନିବାର ରାତିରେ ପାକିସ୍ତାନରେ ହତ୍ୟା କରାଯାଇଛି । କାଶ୍ମୀରରେ ଅନେକ ଆକ୍ରମଣରେ ଜଡିତ ଥିଲା କତାର । ମୁମ୍ବାଇ ୨୬/୧୧ ଆତଙ୍ଗୀ ହମଲାରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଲସ୍କର ଏ-ତୋଏବାର ୧୦ ପାକିସ୍ତାନୀ ଆତଙ୍କୀ ମୁମ୍ବାଇର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ । NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା । ରଜୌରୀ ଆକ୍ରମଣରେ ମାଷ୍ଟରମାଇଣ୍ଡ ଥିଲା ଅବୁ କତାଲ ।
ମାଷ୍ଟରମାଇଣ୍ଡ ସଫା- ହାପିଜର ରାଇଟ୍ ହ୍ୟାଣ୍ଡ କାଶ୍ମୀର ପାଇଁ ମୁଣ୍ଡବିନ୍ଧାର କାରଣ, ପିଓକେରେ ଷଡଯନ୍ତ୍ର କରୁଥିବା ଭାରତର ନମ୍ବର ୱାନ ଶତ୍ରୁ ସଫା ହୋଇଛି । ୨୦୨୪ ଜୁନ ୯ ତାରିଖରେ ଜମ୍ମୁ କାଶ୍ମୀର ରିୟାସିର ଶିବ-ଖୋଡି ମନ୍ଦିରରୁ ଫେରୁଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରକୁ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଆଟାକର ମାଷ୍ଟରମାଇଣ୍ଡ ଥିଲା ଅବୁ କତାଲ । ଏହା ଛଡା କାଶ୍ମୀରର ବହୁ ବଡ ବଡ ଆକ୍ରମଣରେ ଅବୁ କତାଲ ହାତ ରହିଥିଲା । ୨୦୨୩ରେ ଏନଆଇଏ ରଜୌରୀ ଆକ୍ରମଣରେ ଅବୁ କତାଲକୁ ଦାୟୀ କରିଥିଲା । ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ।
ସେନା ସମେତ ତମାମ ସୁରକ୍ଷା ଏଜେନ୍ସିଂଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ଥିଲା ଆତଙ୍କୀ ଅବୁ କତାଲ । ହାପିଜ ସଇଦର ଘନିଷ୍ଠ ଥିଲା । ହାଫିଜ ମୁମ୍ବାଇ ୨୬/୧୧ ଆତଙ୍ଗୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଯେଉଁଥିରେ ୧୬୬ଜଣଙ୍କର ମୃତ୍ୟୁ ହୋଇଥିଲା । ଲସ୍କର-ଏ-ତୋଏବାର ୧୦ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡିଥିଲା । ଦୁଇଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା ।
ରଜୌରୀ ଆକ୍ରମଣରେ କଣ ହୋଇଥିଲା ? ୨୦୨୩ ଜାନୁଆରୀରେ ଏନଆଇଏ ରଜୌରୀରେ ହୋଇଥିବା ଆକ୍ରମଣରେ ୫ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଯେଉଁଥିରେ ୩ ପାକିସ୍ତାନ ଆତଙ୍କୀ ସାମିଲ ଥିଲେ । ୨୦୨୩ ଜାନୁଆରୀ ୧ ତାରିଖରେ ରଜୌରୀ ଜିଲ୍ଲା ଢାଙ୍ଗୀରି ଗାଁରେ ସ୍ଥାନୀୟ ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହାର ପରଦିନ ଆଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ୨ଜଣ ଶିଶୁ ସମେତ ୭ଜଣଙ୍କର ମୃତ୍ୟୁ ହୋଇଥିଲା । ଅନେକ ଆହତ ହୋଇଥିଲେ । ଏଥିରେ ଲସ୍କର ଆତଙ୍କୀ ସାମିଲ ଥିବା ଜଣାପଡିଥିଲା । ଯେଉଁଥିରେ ଅବୁ କତାଲର ନାମ ଆସିଥିଲା ।