ନୂଆଦିଲ୍ଲୀ, ୨୯/୧୦ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବୁଷ୍ଟ ମିଳିଛି । ସୀଲମପୁରରୁ ୫ଥର କଂଗ୍ରେସର ବିଧାୟକ ରହିଥିବା ଚୌଧୁରୀ ମତୀନ ଅହମଦଙ୍କ ପୁଅ ଚୌଧୁରି ଜୁବେର ଅହମଦ ମଙ୍ଗଳବାର ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ମତୀନଙ୍କ ବୋହୁ ଶଗୁପ୍ତା ଚୌଧୁରୀ ଜୁବେର ବର୍ତ୍ତମାନ କଂଗ୍ରେସ କାଉନସିଲର ଅଛନ୍ତି । ସେ ବି ଆମ ଆଦମୀ ପାର୍ଟିର ହାତ ଧରିଛନ୍ତି ।
ଚୌଧୁରୀ ମତୀନ ଅହମଦ ୧୯୯୩ରୁ ୨୦୧୫ପର୍ଯ୍ୟନ୍ତ ସୀଲମପୁର ବିଧାନସଭା ଅଞ୍ଚଳରେ ବାରମ୍ବାର ବିଧାୟକ ରହି ସାରିଛନ୍ତି । ଆଶା ରଖିଛନ୍ତି କି ତାଙ୍କ ପୁଅ ଚୌଧୁରୀ ଜୁବେର ଅହମଦ ସୀଲମପୁରରୁ ଆମ ଆଦମୀ ପାର୍ଟିର ପାର୍ଥି ହେବେ । ବାବରପୁର ଜିଲ୍ଲା କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରୁ ଜୁବେର ଇସ୍ତଫା ଦେଇ ଦେଇଛନ୍ତି । ସେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବଙ୍କୁ ନିଜର ଇସ୍ତାଫ ପତ୍ର ପଠାଇ ଦେଇଛନ୍ତି ।
ସେ ନିଜ ଇସ୍ତଫା କଥା ‘ଏକ୍ସ’ରେ ସ୍ପଷ୍ଟ କରିଛନ୍ତି । ସେ ଇସ୍ତଫା ବି ସେୟାର କରିଛନ୍ତି । ଜୁବେର ଲେଖିଛନ୍ତି କି, ‘ମୁଁ କଂଗ୍ରେସରୁ ଆଜି ଇସ୍ତଫା ଦେଇ ଦେଇଛି । ପିସିସିର ଅନ୍ତରୀଣ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବଙ୍କୁ ଇସ୍ତଫା ପଠାଇ ଦେଇଛି । ’