ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଯାଜପୁରରେ ମାଟ୍ରିକ୍ ଛାତ୍ରୀ କନ୍ୟା ସନ୍ତାନ ଜନ୍ମଦେବା ଘଟଣା; NHRC ପକ୍ଷରୁ ଏସ୍‌ପିକୁ ନୋଟିସ୍

Published By : Swapna Ray | July 3, 2025 9:58 AM

ଯାଜପୁର, ୭।୩: ଯାଜପୁର ଜିଲ୍ଲାରେ ଜଣେ ମାଟ୍ରିକ୍ ପରୀକ୍ଷା ଛାତ୍ରୀ ଗର୍ଭବତୀ ହୋଇ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଜାତୀୟ ମାନବାଧିକାର ଆୟୋଗ (NHRC) ଏହି ଘଟଣାକୁ ଗୁରୁତର ସହ ନେଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ୍ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଦ୍ୱାରା ଅଭିଯୋଗ ଦାଖଲ କରାଯିବା ପରେ ଏନଏଚଆରସି ଯାଜପୁର ଏସପିଙ୍କୁ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି । 

୨୬ ଫେବୃଆରୀ ୨୦୨୫ରେ ବରି ବ୍ଲକର ରାମପୁର ଗାଁର ପଞ୍ଚାୟତ ହାଇସ୍କୁଲ୍‌ରେ ପଢ଼ୁଥିବା ୧୦ମ ଶ୍ରେଣୀର ଜଣେ ଛାତ୍ରୀଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ଝିଅ ଓ ନବଜାତ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । 

ଅଭିଯୋଗକାରୀ ଅଖଣ୍ଡ କହିଛନ୍ତି ଯେ, ଛାତ୍ରୀ ଜଣକ ଗର୍ଭବତୀ ଥିଲେ ବୋଲି କେହି ଜାଣି ପାରିନଥିଲେ । ଏହା ଶିକ୍ଷକ, ଅଙ୍ଗନବାଡ଼ି କର୍ମଚାରୀ ଏବଂ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା । ସେ କହିଛନ୍ତି ଯେ, ଏହା ପୋକ୍ସୋ ଆଇନ୍ ଅନୁଯାୟୀ, ଗୁରୁତର ଅପରାଧ ଓ ଶିଶୁ ସୁରକ୍ଷା ଉଲ୍ଲଂଘନ । ଏହି ମାମଲାରେ ଏନଏଚଆରସି ଯାଜପୁର ଏସ୍‌ପିଙ୍କୁ ୪ ସପ୍ତାହରେ ରିପୋର୍ଟ ତଲବ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ପୀଡ଼ିତାଙ୍କୁ କ୍ଷତିପୂରଣ ଓ ଥଇଥାନ, ରାଜ୍ୟରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ଏହାକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ଅଖଣ୍ଡ କମିଶନଙ୍କ ନିକଟରେ ନିବେଦନ କରିଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.