ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଏସପି ସୁପ୍ରିମୋ ମାୟାବତୀଙ୍କ ବଡ଼ ନିଷ୍ପତ୍ତି, ପୁତୁରା ଆକାଶ ଆନନ୍ଦ ଦଳରୁ ବହିଷ୍କୃତ...

Published By : Prameya | March 3, 2025 5:44 PM

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀଙ୍କ ବଡ଼ ନିଷ୍ପତ୍ତି। ପୁତୁରା ଆକାଶ ଆନନ୍ଦଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି ମାୟାବାତୀ । ନିଜେ ମାୟାବତୀ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଗତକାଲି ବିଏସପିର ଅଲ୍ ଇଣ୍ଡିଆ ବୈଠକରେ, ଦଳର ସ୍ୱାର୍ଥ ଅପେକ୍ଷା ଦଳରୁ ବହିଷ୍କୃତ ତାଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କ ଉପରେ ତାଙ୍କର କ୍ରମାଗତ ପ୍ରଭାବ ଯୋଗୁଁ ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ସମେତ ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଏଥିପାଇଁ ତାଙ୍କୁ ଅନୁତାପ କରିବା ଉଚିତ ଏବଂ ତାଙ୍କର ପରିପକ୍ୱତା ଦେଖାଇବା ଉଚିତ।

ମାୟାବତୀ ଏହି ନିଷ୍ପତ୍ତି ବିଷୟରେ ଆହୁରି ଲେଖିଛନ୍ତି ଯେ, ପରିପକ୍ୱତା ଦେଖାଇବା ପରିବର୍ତ୍ତେ, ଯିଏ ଲମ୍ବା ଚୌଡା ପ୍ରତିକ୍ରିୟା ଦେଉଛି, ଏହା ତାଙ୍କର ଅନୁତାପ ଏବଂ ରାଜନୈତିକ ପରିପକ୍ୱତାର ସଙ୍କେତ ନୁହେଁ ବରଂ ଏହା ତାଙ୍କ ସ୍ୱାର୍ଥପର, ଅହଂକାରୀ ଶ୍ୱଶୁରଙ୍କ ପ୍ରଭାବ । ମୁଁ ଦଳର ଏପରି ସମସ୍ତ ଲୋକଙ୍କୁ ଏଡାଇବାକୁ ପରାମର୍ଶ ଦେଇ ଆସୁଛି ଏବଂ ସେମାନଙ୍କୁ ଦଣ୍ଡ ମଧ୍ୟ ଦେଉଛି। ତେଣୁ, ପରମ ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆତ୍ମସମ୍ମାନ ଏବଂ ସ୍ୱାଭିମାନ ଆନ୍ଦୋଳନର ସ୍ୱାର୍ଥ ପାଇଁ ଏବଂ ପୂଜ୍ୟ କାଂଶୀରାମ ଜୀଙ୍କ ଶୃଙ୍ଖଳା ପରମ୍ପରାକୁ ଅନୁସରଣ କରି, ଶ୍ରୀ ଆକାଶ ଆନନ୍ଦଙ୍କୁ ତାଙ୍କ ଶ୍ୱଶୁରଙ୍କ ପରି, ଦଳ ଏବଂ ଆନ୍ଦୋଳନର ସ୍ୱାର୍ଥ ପାଇଁ ଦଳରୁ ବହିଷ୍କାର କରାଯାଉଛି।

ଅନ୍ୟ ପକ୍ଷରେ ରମଜାନ ମାସ ପାଇଁ ସେ ତାଙ୍କ କର୍ମୀ ଏବଂ ପ୍ରଂଶସକଙ୍କୁ ଶୁଭେଛା ଜଣାଇଛନ୍ତି । କହିଛନ୍ତି କି, ଗତକାଲି ଠାରୁ ଆରମ୍ଭ ହୋଇଥିବା ପବିତ୍ର ରମଜାନ ମାସ ପାଇଁ ଦେଶ ଏବଂ ବିଶ୍ୱରେ ରହୁଥିବା ସମସ୍ତ ଭାରତୀୟଙ୍କୁ, ବିଶେଷକରି ମୁସଲିମ ସମ୍ପ୍ରଦାୟର ସମସ୍ତ ଭାଇଭଉଣୀ ଏବଂ ସେମାନଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ମୁଁ ପ୍ରକୃତିକୁ ପ୍ରାର୍ଥନା କରୁଛି ଯେ ସମସ୍ତ ଲୋକ ଶାନ୍ତି ଏବଂ ସଦଭାବନାର ପରିବେଶରେ, ସୁଖ ଏବଂ ସମୃଦ୍ଧି ସହିତ ବଞ୍ଚନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.