ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମୟୂରଝର ଛେଳି, ମୟୂରଝରୀ କୁକୁଡ଼ାକୁ ମିଳିବ ଜାତୀୟ ମାନ୍ୟତା, ତଥ୍ୟ ସହ ଏନ୍‌ବିଏଜିଆର୍‌କୁ ଚିଠି ଲେଖିବେ ଓୟୁଏଟି ଗବେଷକ

Published By : Prameya | April 14, 2025 2:26 PM

ଭୁବନେଶ୍ୱର ୧୪/୦୪: ଛେଳିର ନାଁ ‘ମୟୂରଝର’ ଓ କୁକୁଡ଼ାର ନାଁ  ‘ମୟୂରଝରୀ’ । ଓଡ଼ିଶାର ଆଦିବାସୀ  ଅଧ୍ୟୁଷିତ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳୁଥିବା ଏହି  ଛେଳି ଓ କୁକୁଡ଼ା ଯେ ବିଶେଷ ଗୁଣର  ଅଧିକାରୀ ତାହା ଓୟୁଏଟି ଗବେଷକ  ଦଳ ଜାଣିବାକୁ ପାଇଛନ୍ତି। ପ୍ରାୟ  ବର୍ଷେ ହେଲାଣି ଏମାନେ ଗବେଷଣା  କରୁଥିବାବେଳେ ଏହି ଦୁଇ ପ୍ରାଣୀଙ୍କୁ  ଯେପରି ଜାତୀୟ ମାନ୍ୟତା ମିଳିପାରିବ  ସେଥିପାଇଁ ଚଳିତ ମାସ ଶେଷରେ  ଓୟୁଏଟି ଗବେଷକ ଦଳ ନ୍ୟାସନାଲ  ବ୍ୟୁରୋ ଅଫ୍‌ ଆନିମଲ ଜେନେଟିକ୍‌  ରିସୋର୍ସେସ୍‌(ଏନବିଏଜିଆର)କୁ ଚିଠି ଲେଖିବେ ବୋଲି ଜଣାପଡିଛି । ଏହି ଛେଳି ଓ  କୁକୁଡ଼ାର ପ୍ରଚାର ପ୍ରସାର କରାଗଲେ ଚାଷୀ  ଏଗୁଡିକୁ କିଣି ଲାଭବାନ ହେବେ ବୋଲି ଗବେଷକ ଦଳ ମତପ୍ରକାଶ କରିଛନ୍ତି ।  

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଓ  ମୟୁରଭଞ୍ଜ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଏହି  ଛେଳି ଓ କୁକୁଡ଼ା ଦେଖିବାକୁ ମିଳିଥାନ୍ତି ।  ଓଡ଼ିଶାରେ ଯେତେ ଛେଳି ଅଛନ୍ତି ତାହାର  ୨୫ ପ୍ରତିଶତ ହେଉଛି ମୟୂରଝର ଛେଳି ।  ସେହିପରି ରାଜ୍ୟର ମୋଟ କୁକୁଡ଼ା ସଂଖ୍ୟାର  ୨୦ ପ୍ରତିଶତ ହେଉଛନ୍ତି ମୟୂରଝରୀ କୁକୁଡ଼ା ।  

ସାଧାରଣ ଛେଳି ଓ କୁକୁଡ଼ାଠାରୁ  ଏହି ପ୍ରଜାତି ସାମାନ୍ୟ ବଡ଼ । ‘ମୟୂରଝର’  ଛେଳିର ରଙ୍ଗ ମୁଖ୍ୟତଃ କଳା ଓ ବାଦାମୀ ।  ଏହି ଛେଳି ବର୍ଷକର ହେଲେ ଗର୍ଭଧାରଣ  କରିପାରନ୍ତି । ଆଉ କେତେକ ଛେଳି ୬ରୁ ୮  ମାସ ହେଲେ ଗର୍ଭଧାରଣ କରିପାରିଥାନ୍ତି ।  ଏହି ଛେଳି ଏକ ସମୟରେ ଯାଆଁଳା  ଶାବକ ଜନ୍ମ କରେ । କେତେକ ଛେଳି ଏକାଥରରେ ୩ଟି ଛୁଆ ବି ଜନ୍ମ କରିଥାନ୍ତି ।  ଗୋଟିଏ ବୟସ୍କ ଛେଳିର ଓଜନ ୩୦ କିଗ୍ରା  ହୋଇଥାଏ । ଖାସିଗୁଡ଼ିକ ବର୍ଷକରେ ୧୫  କିଗ୍ରା ହୋଇଯାନ୍ତି ଯାହାର ଦାମ୍‌ ୭ରୁ ୧୦  ହଜାର ଟଙ୍କା ରହିଥାଏ । ଛେଳି ଚାଷୀଙ୍କ  କହିବାନୁସାରେ, ଏହି ଛେଳିର ମାଂସ  ଭାରି ସୁଆଦିଆ । ସେଥିପାଇଁ ପ୍ରସିଦ୍ଧ  ବାରିପଦା ମୁଢ଼ି ସହ ଏହାକୁ ଖିଆଯାଏ ।  

ସେହିପରି ‘ମୟୂରଝରୀ’ କୁକୁଡ଼ା  ଦେଖିବାକୁ ମୟୂର ଭଳି । ଏହାର ଗୋଡ଼  ମୋଟା ଓ ଶକ୍ତ । ଲାଞ୍ଜ ଲମ୍ବା । ଏମାନେ  ବହୁ ଉଚ୍ଚକୁ ଉଡ଼ିପାରୁଥିବା ବେଳେ  ଲଢ଼େଇ ପ୍ରିୟ । ବିପଦରେ ପଡ଼ିଲେ  ଏମାନେ ଶତ୍ରୁକୁ ଚକ୍‌ମା ଦେଇ ଖସି  ପଳାଇଥାନ୍ତି । ଗଞ୍ଜା ଲଢେଇ ପାଇଁ ଏଗୁଡିକୁ  କିଣାଯାଉଥିବାରୁ ଏହି କୁକୁଡ଼ାର ଚାହିଦା  ବହୁତ । ମାଈ କୁକୁଡ଼ା ବର୍ଷକୁ ୪ ଥରରେ  ୬୦ଟି ଅଣ୍ଡା ଦେଇଥାନ୍ତି । ୬ ମାସରୁ ହିଁ  ଏମାନେ ଅଣ୍ଡା ଦେବା ଆରମ୍ଭ କରନ୍ତି ।  

ଉଭୟ ଛେଳି ଓ କୁକୁଡ଼ାଠାରେ  ରହିଛି ଅଧିକ ରୋଗ ପ୍ରତିରୋଧକ  ଶକ୍ତି । ପ୍ରଥମେ ଏହି ଛେଳି ଓ କୁକୁଡ଼ାକୁ  ସମସ୍ତେ ସାଧାରଣ ଛେଳି ଓ କୁକୁଡ଼ା  ବୋଲି ଭାବୁଥିଲେ । ହେଲେ ଓୟୁଏଟି  ଗବେଷକ ଦଳ ଏହା ଉପରେ ଗବେଷଣା  କଲା ପରେ ଏମାନଙ୍କ ଭିତରେ ସ୍ୱତନ୍ତ୍ର  ଗୁଣ ରହିଥିବା ଜାଣିବାକୁ ପାଇଛନ୍ତି ।  

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ  ମୟୂରଭଞ୍ଜ ଜିଲ୍ଲାରେ ହାଁସଲି କୁକୁଡ଼ା  ଚିହ୍ନଟ ହୋଇଥିଲା । ହେଲେ ମୟୂରଝରୀ  କୁକୁଡ଼ା ହାଁସଲିଠାରୁ ବୁଦ୍ଧିଆ । ଗବେଷକ  ଦଳର ମୁଖ୍ୟ ଓୟୁଏଟିର ପ୍ରାଣୀ ପ୍ରଜନନ  ଓ ଆନୁବଂଶିକୀ ବିଭାଗର ମୁଖ୍ୟ ସୁଶାନ୍ତ  ଦାସ କହନ୍ତି, ଏହି କୁକୁଡ଼ା ଓ ଛେଳି ଉପରେ ଗବେଷଣା କରିବାକୁ ରାଷ୍ଟ୍ରପତି  ଭବନରୁ ନିର୍ଦ୍ଦେଶ ଆସିଥିଲା । ଓୟୁଏଟି  କୁଳପତି ପ୍ରଫେସର ପ୍ରଭାତ କୁମାର  ରାଉଳଙ୍କ ତତ୍ତ୍ୱାବଧାନରେ ଗବେଷଣା  ଚାଲିଛି । ଯଦି ଏମାନଙ୍କୁ ଜାତୀୟ ମାନ୍ୟତା  ମିଳିବ ତେବେ ଓଡ଼ିଶା ପଶୁସମ୍ପଦ  କ୍ଷେତ୍ରର ବିକାଶରେ ଏମାନେ ମୁଖ୍ୟ  ମାଧ୍ୟମ ପାଲଟିବା ସହ ଚାଷୀଙ୍କ ଆୟ ଯେ  ନିଶ୍ଚୟ ବଢ଼ିବ ସେଥିରେ ସନ୍ଦେହ ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.